ଅପରାଧନ୍ୟୁଜ୍ରାଜ୍ୟ

୫୦ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ

ସତ୍ୟଶିଖା(କୋରାପୁଟ) ୧୭.୧୧.୨୦୨୧:  କୋରାପୁଟ ଜିଲ୍ଲା ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଠାବ କରିଛି ପୁଲିସ। କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି। ପୁଲିସ କାରଖାନାରେ ଥିବା ୧୧ଟି ମେସିନକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ବି. ରମେଶ। ତାଙ୍କର ଘର ତେଲେଙ୍ଗାନାରେ ହୋଇଥିବା ଜଣାଯାଇଛି।  ବି. ରମେଶଙ୍କ ନାଁରେ ସେମିଳିଗୁଡ଼ା ଥାନାରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଏସଡିପିଓ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ଗୁଟଖା କାରାଖାନା ଉପରେ ସେମିଳିଗୁଡ଼ା ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧୧ ବଣ୍ଡଲରୁ ଊର୍ଦ୍ଧ୍ୱ ଗୁଟଖା,କେମିକାଲ, ପଲିଥିନ, ଚୁନ ଓ ନକଲି ଜର୍ଦ୍ଦା ଜବତ କରାଯାଇଥିଲା।

ଦୀର୍ଘଦିନ ଧରି ନକଲି ଗୁଟଖା କାରଖାନାଟି ଚାଲିଥିବା ପୁଲିସ ତଦନ୍ତ କରିବା ପଡ଼ିଛି। ତେବେ ଗୁଟଖା କାରାଖାନାକୁ କଞ୍ଚାମାଲ କେଉଁଠୁ ଆସିଥିଲା, କଞ୍ଚାମାଲ କିଏ ଯୋଗାଉଥିଲା ପୁଲିସ ତାର ତଦନ୍ତ କରୁଛି।

ପୁଲିସ   ବି. ରମେଶଙ୍କୁ ଜେରା କରି ତାଙ୍କ ପାଖରୁ ଅଧିକ ତଥ୍ୟ ସଂଗ୍ରହ କରୁଛି ଓ ଗୁଟଖା କାରାଖାନାକୁ ସିଲ୍ କରିଛି ଓ ଘଟଣାର ତଦନ୍ତ କରୁଛି।

Show More
Back to top button