ଜୀବନମନ୍ତ୍ର

ଆସନ୍ତୁ ଜାଣିବା ଘର ସହ ଜଡ଼ିତ ଖାସ୍ ବାସ୍ତୁ ଟିପ୍ସ l

ସତ୍ୟଶିଖା ୧୬ .୦୮.୨୦୨୦ : ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି କୁହାଯାଇଥାଏ। ଏଥିରୁ ବାହାରୁଥିବା ଉର୍ଜାର ସିଧାସଳଖ ଭାବେ ଆମ ଜୀବନ ଏବଂ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କିଛି ଖାସ୍ କଥା ପ୍ରତି ଧ୍ୟାନ ରଖି ଆନନ୍ଦମୟ ଜୀବନ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ କରାଯାଇପାରିବ । ଆସନ୍ତୁ ଜାଣିବା ଘର ସହ ଜଡ଼ିତ ଖାସ୍ ବାସ୍ତୁ ଟିପ୍ସ –

  • ଘରର ଈଶାନ କୋଣ(ପୂର୍ବ-ଉତ୍ତର)କୁ ଖାଲି ରଖନ୍ତୁ ଏବଂ ସଫା-ସୁତୁରା ପ୍ରତି ଖାସ୍ ଧ୍ୟାନ ରଖନ୍ତୁ । ସମ୍ଭବ ହେଲେ ଏଠାରେ ପୂଜା ଘର ବନାନ୍ତୁ । ଏହା ଦ୍ଵାରା ଘରର ଏପରି ଦୋ​ଷ ଦୂର ହେବ ଯାହା ଟଙ୍କା ପଇସାକୁ ରୋକିଥାଏ ।
  • ଉତ୍ତର-ପୂର୍ବ ଦିଗରେ କୌଣସି ନକରାତ୍ମକ ବସ୍ତୁ ଯେପରି ଜୋତା,ଚପଲ ରଖନ୍ତୁ ନାହିଁ । ଏହା ଦ୍ଵାରା ଉତ୍ତର-ପୂର୍ବ ଦିଗରେ ଦୋ​‌ଷ ଉତ୍ପନ୍ନ ହୋଇଥାଏ ।
  • ଏହି କ୍ଷେତ୍ରରେ ସ୍ଵଚ୍ଛତା ପ୍ରତି ବିଶେ​‌​ଷ ଧ୍ୟାନ ରଖନ୍ତୁ । ଏଠାରୁ କସ୍ମିକ ଉର୍ଜା ଉତ୍ପନ୍ନ ହୋଇଥାଏ,ଯାହାଦ୍ଵାରା ବ୍ୟକ୍ତି ସୁସ୍ଥ ରହିଥାଏ । ଧ୍ୟାନ ରଖନ୍ତୁ ଯେ ଉତ୍ତର-ପୂର୍ବ ଦିଗରେ ଖୋଲା ରହିବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।
  • ଉତ୍ତର-ପୂର୍ବ ଭୂମି ତତ୍ତ୍ବର ଦିଗ ରହିଛି,ଯେଉଁ ବ୍ୟକ୍ତିଙ୍କ ଜନ୍ମ ତିଥିରେ ୨,୫ ଏବଂ ୮ଅଙ୍କ ହୋଇନଥାଏ ସେମାନେ ହାଡ଼ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏପରି ବ୍ୟକ୍ତିଙ୍କୁ ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଜୋନରେ ହଳଦିଆ ରଙ୍ଗ କରାଇବା ଉଚିତ୍।
  • କାହାର ଜାତକରେ ଯଦି ଗୁରୁ ପ୍ରଭାବରେ ନାହାନ୍ତି ଏବଂ ଆପଣଙ୍କ ଉତ୍ତର-ପୂର୍ବ ଜୋନରେ ବାସ୍ତୁ ଦୋଷ ରହିଛି ତେବେ ଏପରି ବ୍ୟକ୍ତିଙ୍କୁ ପାଚନ ତନ୍ତ୍ର ସମ୍ବନ୍ଧୀୟ,ଗଲ୍ ବ୍ଲାଡର,ରକ୍ତଚାପ,କାମଳ ରୋଗ ହେବାର ଆଶଙ୍କା ଥାଏ।

 

Show More
Back to top button