ରାଉରକେଲା ଯିବେ ୫-ଟି ସଚିବ


ସତ୍ୟଶିଖା(ଭୁବନେଶ୍ୱର ) ୧୮.୦୮ .୨୦୨୧: ଆଜି ରାଉରକେଲା ଗସ୍ତରେ ଯିବେ ୫-ଟି ସଚିବ ଭି କେ ପାଣ୍ଡିଆନ । ୫-ଟି ସଚିବଙ୍କ ସହ ରହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର ଭିନେଲ କ୍ରିଷ୍ଣା ଓ ଏନ ଏଚ ଏମ ନିର୍ଦେଶିକା ସାଲିନୀ ପଣ୍ଡିତ । ସକାଳ ୧୧ରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବା ପରେ ରାଉରକେଲା ସହରର ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟସ୍ତରର ଦେଶର ସର୍ଵଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ୟ୍ୟ ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି । ପରେ ରାଉରକେଲା ସହରର ଛେଣ୍ଡ କଲୋନୀରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ନିର୍ମିତ ହେଉଥିବା ୫ ଶହ ଗୃହ ନିର୍ମାଣ କାର୍ୟ୍ୟର ଅନୁଧ୍ୟାନ କରିବେ । ଏହାପରେ ଛେଣ୍ଡ କଲୋନୀରେ ନିର୍ମିତ ହେଉଥିବା ସାଇନସ ପାର୍କ ଓ ପ୍ଲାନୋଟୋରିୟମ ନିର୍ମାଣ କାର୍ୟ୍ୟ ଅନୁଧ୍ୟାନ କରିବେ ।
ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡାର ବିକାଶ କାର୍ୟ୍ୟ କିପରି ଚାଲିଛି ଏହାର ସମୀକ୍ଷା କରିବେ ୫-ଟି ସଚିବ । ଵିଶ୍ରା ଛକଠାରେ ୧୦ ହଜାର ଦର୍ଶକ ବସିବାର ସୁବିଧା ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଗସ୍ତ କରି ନିର୍ମାଣ କାର୍ୟ୍ୟ ଅନୁଧ୍ୟାନ କରିବେ । ସେହିଭଳି ରାଉରକେଲା ସହରର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ ସହିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟର ସମୀକ୍ଷା କରିଵାର କାର୍ୟ୍ୟକ୍ରମ ରହିଛି । ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବ୍ରୀଜ, ଅଙ୍ଗନୱାଡ଼ି ଓ ହାଇସ୍କୁଲ ଉନ୍ନତିକରଣ କାର୍ୟ୍ୟର ସ୍ଥିତି ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଗତ ଫେବୃଆରୀରେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ୟ୍ୟ ପାଇଁ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉନ୍ନତିମୂଳକ କାର୍ୟ୍ୟ କିପରି ଚାଲିଛି ଏହାର ସମୀକ୍ଷା କରିବେ ୫-ଟି ସଚିବ ।