ନ୍ୟୁଜ୍ରାଜ୍ୟଶିକ୍ଷାସ୍ୱାସ୍ଥ୍ୟ

XIMB ହଷ୍ଟେଲରୁ ୩୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ସତ୍ୟଶିଖା (ଭୁବନେଶ୍ୱର)୦୮.୦୧.୨୦୨୨: ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ୩୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ଫଳରେ ଇନଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲକୁ ସିଲ୍ କରାଯାଇଛି ।

ସେହିପରି ଅନ୍ୟ ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ତେବେ ବିଏମସି ପକ୍ଷରୁ ସମସ୍ତଙ୍କର ଟେଷ୍ଟ କରାଯିବ ବୋଲି ଜଣାପଡିଛି । ସମସ୍ତ ଛାତ୍ରଛାତ୍ରୀ ଏବେ ସେହି ହଷ୍ଟେଲର ଆଇସୋଲେସନରେ ରହିବେ । ବିଏମସି ପକ୍ଷରୁ ଗୋଟିଏ ହଷ୍ଟେଲକୁ ସିଲ୍ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ୪ ହଜାର ମୁହାଁ ହୋଇଛି । ସେହିପରି ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜରୁ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖରୁ ରାଜ୍ୟର ସମସ୍ତ କଲେଜକୁ ବନ୍ଦ କରି ଦିଆଯାଇଛି ।

Show More
Back to top button