ଦୁର୍ଘଟଣାନ୍ୟୁଜ୍ପର୍ଯ୍ୟଟନରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ପର୍ଯ୍ୟଟକଙ୍କ ମୃତଦେହ ମିଳିଲା ବ୍ଲୁ ଫ୍ଲାଗ୍ ବିଚ୍‌ରେ

ସତ୍ୟଶିଖା (ପୁରୀ) ୨୮/୧୦/୨୦୨୦ : ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାସି ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ରରୁ ଭାସୁଥିବା ଅବସ୍ଥାରେ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ମଙ୍ଗଳବାର ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳେ ଭାସି ଯାଇଥିଲେ ଝାଡଖଣ୍ଡର ପର୍ଯ୍ୟଟକ ତାନିସ୍କ ବିନୋୟ । ମଙ୍ଗଳବରା ମଧ୍ୟାହ୍ନ ସମୟରେ ତାନିସ୍କ ତାଙ୍କ ପରିବାର ସହ ବ୍ଲୁ ଫ୍ଲାଗ ବିଚ୍ ବୁଲିବାକୁ ଆସି ସମୁଦ୍ରରେ ସ୍ନାନ କରୁଥିଲେ । ତେବେ ଗଭୀର ସମୁଦ୍ର ଭିତରକୁ ପଶି ଯିବାରୁ ତାଙ୍କର ପତ୍ତା ମିଳିନଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ତାନିସ୍କଙ୍କର କୌଣସି ପତ୍ତା ମିଳିନଥିଲା ।  ତେବେ ବୁଧବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Show More
Back to top button