ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ନାମୀ ଲୋକଙ୍କ ନାଁ ସାମ୍ନାକୁ ଆସିଛି । ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତି, ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ସମେତ ଅନେକ ସାଥିଙ୍କ ନାଁ ସାମିଲ ଅଛି । ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ଆଦେଶରେ ୟୁଟି ଆଡମିନିଷ୍ଟ୍ରେସନ ଏବଂ ସିବିଆଇ ଯାଞ୍ଚ ଅନୁଯାୟୀ, ଅବଦୁଲ୍ଲା ୧୯୯୮ ମସିହାରେ ଜାମ୍ମୁ ଡିଭିଜନ ସଞ୍ଜବାନ ଅଞ୍ଚଳରେ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ତିନିଟି କେନାଲ ଜମି କିଣିଥିଲେ । ଏହାସହ ପାଖାପାଖି ଅଞ୍ଚଳର ୭ଟି କେନାଲ ଜଙ୍ଗଲ ଜମି ଉପରେ କବଜା କରି ଘର ନିର୍ମାଣ କରିଛନ୍ତି ।
୨୫ ହଜାର କୋଟି ଜମି ଦୁର୍ନୀତି ମାମଲାର ଖୁଲାସା
