ରାଶିଫଳ

ବୁଧବାର ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା : ୦୯/୦୪/୨୦୨୫:

ମେଷ– ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ, ଦିନଟି ବହୁତ ଭଲ ରହିଛି। ଅନ୍ୟକୁ ସାହାଯ୍ୟ କରିବେ। ଆଲୋଚନା କରି କାର୍ଯ୍ୟ ଆଗକୁ ବଢ଼ନ୍ତୁ। କିଛି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।

ବୃଷ– ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ । କର୍ମ କ୍ଷେତ୍ରରେ କଳହରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ ।

ମିଥୁନ– ତୃତୀୟ ଚନ୍ଦ୍ର ରହିଥିବାରୁ ମନ ଉତ୍ସାହିତ ରହିବ। କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟ ପୁଣି କରିବେ। ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

କର୍କଟ– କର୍କଟ ରାଶିର ଘାତ ଚନ୍ଦ୍ର। ଦିନଟି ମଧ୍ୟମ ଫଳ ଦେବ । ଚିନ୍ତାକୁ ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ।

ସିଂହ– ଭାଗ୍ୟ ଆପଣଙ୍କ ସାଥ ଦେବ । ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି । ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ମିଳିପାରେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀମାନେ ଆଶାୟୀ ହେବେ ।

କନ୍ୟା– ଇଚ୍ଛା କରିଥିବା ଜିନିଷ ପ୍ରାପ୍ତ କରିପାରନ୍ତି । ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ନିଶ୍ଚିୟ ସଫଳତା ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

ତୁଳା– ଅଧିକ ଆୟର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା– ସୁଖ ସମ୍ମାନ ଲାଭର ଯୋଗ ରହିଛି। ପରିବାରରେ ଶାନ୍ତି ବଜାୟ ରହିବ। ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ଲାଭ କରିବେ । ବ୍ୟବସାୟରେ ଉନ୍ନତି ହେବ ।

ଧନୁ– ବ୍ୟୟ ବୃଦ୍ଧି ହେବ । କିଛି ମାନସିକ ସମସ୍ୟା ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମନୋମାଳିନ୍ୟ ଲାଗି ରହିବ ।

ମକର– ଶରୀର ପୀଡ଼ା ଅନୁଭବ ହୋଇପାରେ। ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ।ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

କୁମ୍ଭ– ସପ୍ତମ ଚନ୍ଦ୍ର ହେତୁ ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମାନସମ୍ମାନ ମିଳିବ। ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତ ନିଅନ୍ତୁ ।

ମୀନ– ଦିନଟି ଅନେକ ଭଲ ଫଳ ଦେବ । ବିଚାର ଆପଣଙ୍କ ପକ୍ଷରେ ରହିବ। ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ। କିନ୍ତୁ ନିଜ ନିୟନ୍ତ୍ରଣ ଯୋଗୁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ଲାଭ କ୍ଷତି ଲାଗି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Show More
Back to top button