ରାଜ୍ୟ

୨ ପୁଅଙ୍କ ଦେହରେ ନିଆଁ ଲଗାଇ ମା’ଙ୍କ ଆତ୍ମାହୁତି ଉଦ୍ୟମ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ପ୍ରଧାନ): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ଭୋପାଳ ଗାଁରେ । ଦୁଇ ପୁଅଙ୍କୁ କିରୋସିନି ଢାଳି ଜାଳିବା ସହ ନିଜେ ମଧ୍ୟ ଆତ୍ମାହୁତି ଉଦ୍ୟମ କଲେ ମା’ । ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମା’ଙ୍କୁ  ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଡ ପୁଅ ଅଶ୍ଵିନୀ ସ୍ଵାଇଁ (୮) ବର୍ଷ ଓ ମା’ ଲୋଭାବତୀ ସ୍ୱାଇଁଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସାନ ପୁଅ ଆୟୁଷ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି।

କୌଣସି ପାରିବାରିକ କଳହକୁ ନେଇ ଗତକାଲି ବିଳମ୍ବିତ ରାତ୍ରିରେ ଘର କବାଟ ଦେଇ ନିଆଁ ଲଗାଇ ଥିଲେ ମହିଳା । ବଡ ପୁଅର ଚିତ୍କାର ଶୁଣି ଘରର ଅନ୍ୟ ସଦସ୍ୟ ଏବଂ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପୁଲିସ୍‌ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

 

[ad_2]
Show More
Back to top button