ନ୍ୟୁଜ୍
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଧିଲି


ସତ୍ୟଶିଖା(ଭୁବନେଶ୍ୱର) ୧୭.୧୧.୨୦୨୩ : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଧିଲି। ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ନାହିଁ । ଉତ୍ତରପୂର୍ବ ଦିଗକୁ ଘଣ୍ଟା ପ୍ରତି 20 କିମି ବେଗରେ ଗତି କରୁଛି । ପାରାଦୀପ ଠାରୁ 190, ଦୀଘା ଠାରୁ 200 କିମି ଦୂରରେ ରହିଛି ବାତ୍ୟା ମିଧିଲି । ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ ।
ବିଳମ୍ଵିତ ରାତି କିମ୍ଵା ଭୋର ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ ବାତ୍ୟା ମିଧିଲି । ଏହି ସମୟରେ ଘଣ୍ଟା ପ୍ରତି 60ରୁ 70 କିମି ବେଗରେ ପବନ ବହିବ। ଉପକୂଳ ଓଡ଼ିଶା ସହ ଉତ୍ତର ଓଡ଼଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।