ଦୁର୍ଘଟଣା

ବଜ୍ରପାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ

କେନ୍ଦୁଝର (ପ୍ରଣୟ ପାଣି): ବଜ୍ରପାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। ଆଜି ଏମିତି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅଞ୍ଚଳରେ ଘଟିଛି। ତେବେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ଝୁମ୍ପୁରା ବ୍ଲକ ନାରଦପୁର ପଞ୍ଚାୟତ ବଳଭଦ୍ରପୁର ଗାଁ ଉର୍ମିଳା ମୁଦି(୪୫) ଓ ତାଙ୍କ ସାଥୀ ଯାତ୍ରୀ ମହାକୁଡ(୪୪) ନାରଦପୁର ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଘର ନିକଟରେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉର୍ମିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଯାତ୍ରୀ ମହାକୁଡ ଚେତା ହରାଇ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଠିକ୍‌ ସେମିତି ବଳଭଦ୍ରପୁର ପଞ୍ଚାୟତର ସରୁପତଳା ଗାଁ ରାଣ୍ଡ ମୁଣ୍ଡା ନିଜ ବାଡିରେ କାମ କରୁଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାରୁ ପ୍ରକାଶ, ଆଜି ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ସହ ବର୍ଷା ହୋଇଛି। ଯାହାଫଳରେ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଚାଳ ଛପର ଉଡି ଯାଇଛି। କାଳ ବୈଶାଖୀ ତାଣ୍ଡବ ସମଗ୍ର କେନ୍ଦୁଝର ଜିଲ୍ଲାରେ ପଡ଼ିଥିବା ଦେଖିବାକୁ ମିଳିଛି।

[ad_2]
Show More
Back to top button