ହଲିଉଡ୍ ଅଭିନେତ୍ରୀ ହନର୍ ବ୍ଲାକମ୍ୟାନଙ୍କ ପରଲୋକ


ମୁମ୍ବାଇ: ପ୍ରସିଦ୍ଧ ହଲିଉଡ୍ ଅଭିନେତ୍ରୀ ହନର ବ୍ଲାକମ୍ୟାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମ ‘ଗୋଲ୍ଡଫିଙ୍ଗର’ ଏବଂ ଟିଭି ଶୋ’ ‘ଆଭେଞ୍ଜର୍ସ’ରେ କାମ କରି ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।
She was much loved and will be greatly missed by her two children Barnaby and Lottie, and grandchildren Daisy, Oscar, Olive and Toby” pic.twitter.com/tSDLhFQ3Zz
— Honor Blackman (@honorblackman01) April 6, 2020
ଆହୁରି ପଢ଼ନ୍ତୁ
ବ୍ଲାକମ୍ୟାନଙ୍କ ପରିବାର ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନକୁ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛି। ସୂଚନା ଅନୂଯାୟୀ, ଇଂଲଣ୍ଡସ୍ଥିତ ତାଙ୍କ ବାସଭବନରେ ବ୍ଲାକମ୍ୟାନଙ୍କର ମୃତ୍ୟୁ ଘଟିଛି। ବ୍ଲାକମ୍ୟାନ୍ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ମା’ ଏବଂ ଜେଜେମା ମଧ୍ୟ ଥିଲେ। ତାଙ୍କର ଦୁଇ ଜଣ ଝିଅ ଓ ୪ ନାତି-ନାତୁଣୀ ଅଛନ୍ତି।
[ad_2]