ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା ।


ସତ୍ୟଶିଖା : ୧୭/୦୪/୨୦୨୫: ଉସୁର ଥାନା, ଜଙ୍ଗଲା ଥାନା ଓ ନେଲସନାର ଥାନା ଅଞ୍ଚଳରୁ ବିସ୍ଫୋରକ ସାମଗ୍ରୀ ସହ ୨୨ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ ।
ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ପୁର୍ବରୁ ଛତିଶଗଡ ସରକାର ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏହା ସହ ଏମାନଙ୍କ ଠାରୁ ଟିଫିନ୍ ବୋମା, କୋଡେକ୍ସ ତାର, ଜିଲୋଟିନ ଷ୍ଟିକ୍, ଡିଟୋନିଟର, ବ୍ୟାଟେରୀ, ବିଦ୍ୟୁତ୍ ତାର ସହ ମାଟି ଖୋଳିବା ଉପକରଣ ଜବତ ହୋଇଛି । ଉସୁର, ଜଙ୍ଗଲା ଓ ନେଲସନାର ଥାନାର ଡିଆରଜି ବାହିନୀ ସହ କୋବ୍ରା ୨୦୫, ୨୦୬, ୨୧୦ ବାଟାଲିୟନର ଜବାନଙ୍କ ମିଳିତ କମିଂ ଅପରେସନ ବେଳେ ସୁରକ୍ଷା କର୍ମୀ ହାତରେ ଧରାପଡିଛନ୍ତି ଏହି ୨୨ ମାଓବାଦୀ । ଗିରଫ ମାଓବାଦୀଙ୍କ ବିରୋଧରେ ଉସୁର, ଜଙ୍ଗଲା ଏବଂ ନେଲସନାର ଥାନାରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ଲାଗି ସେମାନଙ୍କୁ ବିଚାର ବିଭାଗୀୟ ବିଜାପୁର କୋର୍ଟରେ ହାଜର କରାଯାଇଛି ।