ନ୍ୟୁଜ୍ରାଜ୍ୟ

୧୦ ଦିନ ଭିତରେ କନିକା ବନ୍ଦ

ସତ୍ୟଶିଖା( ରାଜନଗର ) ୨୦.୧୨.୨୦୨୧: ବିରଳ ବଉଳା କୁମ୍ଭୀର ଅନ୍ତୁଡ଼ିଶାଳ ଭିତରକନିକା କୁମ୍ଭୀର ଗଣନା କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।  ଜାନୁଆରୀ ୨ ତାରିଖରୁ ୧୧ ତାରିଖ ଯାଏ ୧୦ ଦିନ ଧରି କୁମ୍ଭୀରମାନଙ୍କ ଗଣନା କରାଯିବା । ୧୦ ଦିନ ଧରି ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁଆରୀ ୧୨ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଭିତରକନିକାରେ ଜାନୁଆରୀ ୨୦୨୧ରେ ହୋଇଥିବା ଗଣନା ଅନୁସାରେ ୧୭୬୮ ବଉଳା କୁମ୍ଭୀର ଅଛନ୍ତି ।

Show More
Back to top button