ଦେଶନ୍ୟୁଜ୍ବିଦେଶ

୨୦୨୨ ପୁଲିତଜର ପୁରସ୍କାର ପାଇବେ ସାମ୍ବାଦିକା ଫାହମିଦା ଅଜିମ

ସତ୍ୟଶିଖା( ନୂଆଦିଲ୍ଲୀ )୨୪.୦୮ . ୨୦୨୨:  ବାଂଲାଦେଶରେ ଜନ୍ମିତ ଫାହମିଦା ଅଜିମ ୨୦୨୨ ପୁଲିତଜର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେ ଆମେରିକାର ଇନ୍‍ସାଇଡର୍‍ ଅନ୍‍ଲାଇନ୍‍ ପତ୍ରିକା ପାଇଁ କାର୍ଯ୍ୟ କରୁଛନ୍ତି। ଇଲୁଷ୍ଟ୍ରେଟେଡ୍‍ ରିପୋର୍ଟିଂ ଆଣ୍ଡ କମେଣ୍ଟାରୀ ବର୍ଗରେ ତାଙ୍କୁ ୨୦୨୨ ପାଇଁ ପୁଲିତ୍‍ଜର ପୁରସ୍କାର ପ୍ରଦାନ କରାଯିବ। ତାଙ୍କୁ ମିଶାଇ ୪ ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅନ୍ୟ ସାମ୍ବାଦିକମାନେ ହେଲେ ଆନ୍ଥୋନୀ ଡେଲ୍‍ କୋଲ୍‍, ଜୋସ୍‍ ଆଦାମ୍‍ସ ଓ ୱାଲଟ୍‍ ହିକି।

Show More
Back to top button