ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ଦଶହରା, ଦୀପାବଳି ଆସିବା ମାତ୍ରେ କାଜୁ, ବାଦାମ ଓ କିସମିସ ମହଙ୍ଗା ହୋଇଥାଏ । ମାତ୍ର ଏଥା ପାର୍ବଣ ଋତୁରେ ଡ୍ରାଏ ଫ୍ରୁଟ୍ସ ଶସ୍ତା ହୋଇଯାଇଛି । କରୋନା ଭାଇରସ ଯୋଗୁ ଏସବୁର ଚାହିଦା କମିଛି । ସାଧାରଣତଃ ପାର୍ବଣରେ ଏ ସବୁର ଚାହିଦା ଅଧିକ ଥିବା ବେଳେ ନବରାତ୍ରି, ଦଶହରାରେ ଗ୍ରାହକ ଏସବୁ ଦୋକାନ ଠାରୁ ଦୂରରେ ରହିଛନ୍ତି ।
ଶସ୍ତା ହେଲା କାଜୁ, କିସମିସ, ବାଦାମ,ପାର୍ବଣ ପୂର୍ବରୁ
