ନ୍ୟୁଜ୍ବାଣିଜ୍ୟରାଜ୍ୟସ୍ପେଶାଲ୍ ରିପୋର୍ଟ

ଶସ୍ତା ହେଲା କାଜୁ, କିସମିସ, ବାଦାମ,ପାର୍ବଣ ପୂର୍ବରୁ

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ଦଶହରା, ଦୀପାବଳି ଆସିବା ମାତ୍ରେ କାଜୁ, ବାଦାମ ଓ କିସମିସ ମହଙ୍ଗା ହୋଇଥାଏ । ମାତ୍ର ଏଥା ପାର୍ବଣ ଋତୁରେ ଡ୍ରାଏ ଫ୍ରୁଟ୍ସ ଶସ୍ତା ହୋଇଯାଇଛି । କରୋନା ଭାଇରସ ଯୋଗୁ ଏସବୁର ଚାହିଦା କମିଛି । ସାଧାରଣତଃ ପାର୍ବଣରେ ଏ ସବୁର ଚାହିଦା ଅଧିକ ଥିବା ବେଳେ ନବରାତ୍ରି, ଦଶହରାରେ ଗ୍ରାହକ ଏସବୁ ଦୋକାନ ଠାରୁ ଦୂରରେ ରହିଛନ୍ତି ।ଏ ବର୍ଷ ଜାନୁଆରୀ ଓ ଅକ୍ଟୋବର ମଧ୍ୟରେ ଡ୍ରାଏ ଫ୍ରୁଟ୍ସ ମୂଲ୍ୟ କ୍ରମାଗତ ହ୍ରାସ ପାଇଛି । ଜାନୁଆରିରେ କାଜୁ କିଲୋ ପ୍ରତି ୮୦୦ ଟଙ୍କାରେ ବିକ୍ରି ହେଉଥିଲା ମାତ୍ର ଅକ୍ଟୋବରରେ ଏହାର ମୂଲ୍ୟ ହ୍ରାସ ପାଇଁ ୬୫୦ ଟଙ୍କା ପାଖାପାଖି ପହଞ୍ଚିଲା । ସେହିପରି କିସମିସ ଦାମ କିଲୋ ପ୍ରତି ୨୪୦ରୁ କମ୍ ହୋଇ ୨୨୦ରେ ପହଞ୍ଚିଛି । ଖଜୁରି ୩୦୦ ଟଙ୍କା ପ୍ରତି କିଲୋ ଜାନୁଆରିରେ ବିକ୍ରି ହେଉଥିଲା ଅକ୍ଟୋବରରେ ୨୮୦ ଟଙ୍କାରେ ପହଞ୍ଚିଛି ।ଅନ୍ୟପଟେ ଅଖରୋଟ ୮୫୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉ ଥିବା ବେଳେ ଅକ୍ଟୋବରରେ ଏହା କିଲୋ ପ୍ରତି ୬୦୦ ଟଙ୍କାକୁ ଖସିଛି । ବାଦାମ ମଧ୍ୟ ଜାନୁଆରିରେ ୬୫୦ ଟଙ୍କା ବିକ୍ରି ହେଉ ଥିଲା ଓ ଅକ୍ଟୋବରରେ ୫୯୦ ଟଙ୍କାରେ ପହଞ୍ଚିଛି । କୁହାଯାଉଛି ଆଗାମୀ ସମୟରେ ଏ ସବୁର ଦାମ ଆହୁରି କମିଯାଇପାରେ ।

Show More
Back to top button