ଦେଶ

ଲକ ଡାଉନ ଭାଙ୍ଗୁଥିବା ଲୋକଙ୍କୁ ‘ମୁଁ ସମାଜର ଶତ୍ରୁ’ ଲେଖା ପୋଷ୍ଟର ଧରାଇଲା ପୁଲିସ୍‌

ଭୋପାଲ: କରୋନା ଭାଇରସର ମୁକାବିଲା ଓ ଏହାର ସଂକ୍ରମଣକୁ ରୋକିବା ପାଇଁ ଏକାଧିକ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। କିଛି ସ୍ଥାନରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି। ତଥାପି ଲକ ଡାଉନ ସତ୍ତ୍ୱେ ଲୋକମାନେ ଅଯଥା ପଦାରେ ବୁଲାବୁଲି କରୁଛନ୍ତି।

ଆହୁରି ପଢ଼ନ୍ତୁ

ପୁଲିସ୍‌ ଯେତେ ବୁଝାଇଲେ ହେଁ କେହି ବି ଏହାକୁ ଖାତିର କରୁନାହାନ୍ତି। ତେବେ ଏହି ୧୪୪ ଧାରା ଓ ଲକ ଡାଉନକୁ ଭାଙ୍ଗୁଥିବା ଲୋକଙ୍କୁ ପୁଲିସ୍‌ ବିଭିନ୍ନ ଉପାୟରେ ଦଣ୍ଡିତ କରିଛି। ମଧ୍ୟପ୍ରଦେଶରେ ଉଲ୍ଲଙ୍ଘନକାରୀଙ୍କୁ ଧରି ପୁଲିସ୍‌ ସେମାନଙ୍କ ଫଟୋ ଉଠାଉଛି। ଏହି ସମୟରେ ସେମାନଙ୍କୁ ଏକ ପୋଷ୍ଟର ଧରିବାକୁ ଦିଆଯାଇଛି।

ଏହି ପୋଷ୍ଟରରେ ଲେଖାଯାଇଛି ଯେ ମୁଁ ସମାଜର ଶତ୍ରୁ ଓ ମୁଁ ଘରେ ରହିବି ନାହିଁ। ଅର୍ଥାତ ଉଲ୍ଲଙ୍ଘନକାରୀଙ୍କୁ ସମାଜର ଶତ୍ରୁ ଭାବେ ଦର୍ଶାଇ ପୁଲିସ୍‌ ଅନ୍ୟମାନଙ୍କୁ ସଚେତନ କରୁଛି। ମଣ୍ଡସୌର ଠାରେ କିଛି ଉଲ୍ଲଙ୍ଘନକାରୀଙ୍କୁ ଏଭଳି ପୋଷ୍ଟର ଧରାଇ ପୁଲିସ୍‌ ଫଟୋ ମଧ୍ୟ ଉଠାଇଛି। ଏସ୍‌ପି ହିତେଶ ଚୌଧୁରୀ କହିଛନ୍ତି, “ଲୋକମାନଙ୍କୁ ଘରେ ରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।”

[ad_2]
Show More
Back to top button