ଦେଶନ୍ୟୁଜ୍

ଆଜି ଜାତୀୟ ବାଳିକା ଦିବସ, ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ସତ୍ୟଶିଖା(ନୂଆଦିଲ୍ଲୀ ) ୨୪.୦୧.୨୦୨୨ : ଆଜି ଜାତୀୟ ବାଳିକା ଦିବସ। ସୃଷ୍ଟିର ସର୍ଜନା ପାଇଁ ନାରୀର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । କେବେ ଝିଅ, କେବେ ସ୍ତ୍ରୀ ତ କେବେ ମା’ ରୂପ ଧାରଣ କରି ପ୍ରତି କ୍ଷେତ୍ରରେ ପୁରୁଷର ଛାଇ ହୋଇ ରହିଥାଏ । ପରିବାରରେ ଝିଅଟିଏ ଜନ୍ମ ନେଲେ କୁହାଯାଏ ଘରକୁ ସାକ୍ଷାତ ଲକ୍ଷ୍ମୀ ଆସିଛନ୍ତି । କନ୍ୟାସନ୍ତାନ ପିତାମାତାଙ୍କ ସୁଖ, ସମୃଦ୍ଧି ବଢାଇବା ଘରକୁ ସ୍ୱର୍ଗରେ ପରିଣତ କରିଦିଏ । ବିବାହ କରି ଜନ୍ମ କରିଥିବା ପିତାଙ୍କୁ ଦିଏ ମହାପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ।

ଆଉ ସମସ୍ତଙ୍କ କଷ୍ଟ ଲାଘବ କରିବା ସହ ସେ ଦୁହିତା ‘ଦୁଇ କୁଳକୁ ହିତା’ ବୋଲାଇଥାଏ । ଜାତୀୟ ବାଳିକା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ ନିଜ ଟୁଇଟ୍‌ରେ ଲେଖିଛନ୍ତି ଯେ ଆମ ଝିଅମାନଙ୍କର ସଫଳତା ଶୀର୍ଷକୁ ଛୁଇଁଛି। ଆସନ୍ତୁ ସେମାନଙ୍କୁ ସମ୍ମାନ ଦେବା। ଏହାସହ ଝିଅଙ୍କ ପାଇଁ ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ଼ କରିବା। ସେହି ସବୁର ଅଭିବୃଦ୍ଧି ପାଇଁ ସମାନ ସୁଯୋଗକୁ ସୁନିଶ୍ଚିତ କରିବା।

 

Show More
Back to top button