ରାଜ୍ୟ
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଜନ୍ମ ଦିନରେ ନନ୍ଦୁରାମ ସୋରେନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ l


ସତ୍ୟଶିଖା : ଆଜି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଜନ୍ମ ଦିନରେ ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନଙ୍କ ବାସଭବନକୁ ଯାଇ ସମବେଦନା ଜଣାଇବା ସହ ସହିଦ ନନ୍ଦୁରାମଙ୍କ ସମସ୍ତ ପିଲାମାନଙ୍କ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି , ତତ ସଙ୍ଗେ ରାଇରଙ୍ଗପୁର ସ୍ଥିତ ଗୋଶାଳା ଜମିକୁ ରେକର୍ଡ ଭୁକ୍ତ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି l