ରାଜ୍ୟ

‘ଭାରତ ଆତ୍ମନିର୍ଭରଶୀଳ ହେଲେ ବିଶ୍ୱର ଆବଶ୍ୟକତା ପୂରଣ କରିପାରିବ’

ନୂଆଦିଲ୍ଲୀ (ସତ୍ୟଶିଖା): ଭାରତ ନିଜେ ଆତ୍ମନିର୍ଭର ହେଲେ ବିଶ୍ୱର ଆବଶ୍ୟକତା ପୂରଣ କରିପାରିବ। ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ଓ ଫିକି ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରର ଇସ୍ପାତ ଆବଶ୍ୟକତା ପୂରଣ ପାଇଁ ଆମଦାନୀକୁ ହ୍ରାସ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ତୈଳ ଓ ଗ୍ୟାସ କ୍ଷେତ୍ରରେ ଘରୋଇ ଇସ୍ପାତ ବ୍ୟବହାରକୁ ତ୍ୱରାନ୍ୱିତ କରିବା ପ୍ରସଙ୍ଗ ଉପରେ ଆୟୋଜିତ ୱେବିନାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁଁ ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଅଧିକ ବ୍ୟବହାର ହୋଇଥାଏ। ଏହି ପରିପ୍ରେକ୍ଷୀରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅଭିବୃଦ୍ଧି ଓ ପୁଞ୍ଜି ବିନିଯୋଗ ହେଲେ ଇସ୍ପାତର ବ୍ୟବହାର ମଧ୍ୟ ବଢିବ। ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହେବ ଓ ଘରୋଇ ଇସ୍ପାତର ଚାହିଦାରେ ମଧ୍ୟ ବୃଦ୍ଧି ଘଟିବ। ଏହାବ୍ୟତୀତ ଭବିଷ୍ୟତରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଇସ୍ପାତ ଉତ୍ପାଦନକାରୀ ସମର୍ଥ ଅଟନ୍ତି। ଘରୋଇ ଇସ୍ପାତ ଉଚ୍ଚ କ୍ଷମତା ବିଶିଷ୍ଟ ଓ ସଠିକ୍ ମୂଲ୍ୟ ରହିବା ଦରକାର। ଦେଶରେ ଇସ୍ପାତ ଚାହିଦାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି।”

ସେ ଆହୁରି କହିଛନ୍ତି-“ବିଗତ ଦିନରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଅନେକ ଅଭୁତପୂର୍ବ ପରିବର୍ତ୍ତନ ଘଟିଛି। ସିଟି ଗ୍ୟାସ ବିତରଣ ନେଟୱାର୍କର ସଂପ୍ରସାରଣ ଦେଶ ଜନସଂଖ୍ୟାର ୭୦ ପ୍ରତିଶତକୁ କଭର କରିଛି। ରିଫାଇନିଂ କ୍ଷମତା ବୃଦ୍ଧି କରାଯିବା ସହ ୧୦ ହଜାର ସିଏନ୍‌ଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରକୁ ବଢାଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହି ସବୁ ପଦକ୍ଷେପ ଦେଶରେ ଇସ୍ପାତ ଚାହିଦାକୁ ବୃଦ୍ଧି କରିବ। ଆଜିର ଅନ୍‌ଲାଇନ କାର୍ଯ୍ୟକ୍ରମ ଇସ୍ପାତ ବ୍ୟବହାରକୁ ତ୍ୱରାନ୍ୱିତ କରିବ। ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଚାହିଦା ପୂରଣ କରିବା ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ରୋଡ୍‌ମ୍ୟାପ ସୃଷ୍ଟି କରିବାରେ ସହାୟକ ହେବ।”

[ad_2]
Show More
Back to top button