ନ୍ୟୁଜ୍ରାଜନୀତିରାଜ୍ୟ

ଆସନ୍ତାକାଲି ଧାମନଗର ଉପନିର୍ବାଚନ ଫଳାଫଳ

ଭଦ୍ରକସତ୍ୟଶିଖା( ଭୁବନେଶ୍ୱର )୦୫.୧୧.୨୦୨୨:    ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ। କିଏ ମାରିବ ବାଜି କାଲି ଜଣାପଡ଼ିବ ରେଜଲ୍ଟ। କଡ଼ା ସୁରକ୍ଷା ଭିତରେ ଇଭିଏମ୍‌ଗୁଡ଼ିକୁ ରଖାଯାଇଥିବା ବେଳେ କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି। ୧୪ଟି ଟେବୁଲରେ, ୧୮ ରାଉଣ୍ଡରେ ଗଣତି ହେବ। ସରକାରୀ ଭାବେ ଏଥର ୬୮ ଦଶମିକ ୯୮ ପ୍ରତିଶତ ଭୋଟ୍ ହୋଇଛି ବୋଲି ଘୋଷଣା କରାଯାଇଛି। ଇଭିଏମରେ ଭୋଟ୍ ଗ୍ରହଣ ହୋଇଥିବାରୁ ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଭୋଟ୍ ଗଣତି ଲାଗି ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଣତି ପୂର୍ବରୁ ବଢିବାରେ ଲାଗିଛି ରାଜନୈତିକ ଦଳଙ୍କ ଉତ୍କଣ୍ଠା। ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଥିବାରୁ ‌ଆଗୁଆ ଆକଳନ ସମ୍ଭବ ହେଉନି। ୨୦୧୯ରେ ବିଷ୍ଣୁ ସେଠୀ ଯେତିକି ଭୋଟ୍ ବ୍ୟବଧାନରେ ଜିତିଥିଲେ ଏଥର ତାଠୁ ଅଧିକ ଭୋଟରେ ପୁଅ ସୂଯର୍ୟବଂଶୀ ସୂରଜ ଜିତିବେ ବୋଲି ଦଳ ବିଶ୍ୱାସ ରଖିଛି। ସେହିପରି ଶାସକ ବିଜେଡି ବି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ଦୃଢୋକ୍ତି କରିଛି ମାତ୍ର ଫଳ ଘୋଷଣା ଆଗରୁ ପରାଜୟ ସ୍ୱୀକାର କରିଛି କଂଗ୍ରେସ।

Show More
Back to top button