ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

୨୪ ଘଣ୍ଟା ରେ ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୬ ମୃତ

ସତ୍ୟଶିଖା (ଭୁବନେଶ୍ୱର)  : 21.07.2020 ରାଜ୍ୟରେ ୧୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି । କଟକ, ଜଗତସିଂହପୁର, ଗଜପତି, ରାୟଗଡା, ଖୋର୍ଧା ଏବଂ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି । ଅନ୍ୟପଟେ, ରାଜ୍ୟରେ ଆଜି ଆଉ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୩୧ ଓ ଲୋକାଲ କଂଟାକ୍ଟ କେସ ୨୧୬ । ମୋଟ ୨୩ ଜିଲ୍ଲାରୁ ୬୪୭ ସଂକ୍ରମିତ ଚିହ୍ନଟ ହୋଇଥିବା ଟୁଇଟ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

ଗଂଜାମରୁ ସର୍ବାଧିକ ୨୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୬୮, କଟକରୁ ୮୪, ବାଲେଶ୍ୱରରୁ ୪୦, ଅନୁଗୁଳରୁ ୩୭, ରାୟଗଡାରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୨୮, ସୁନ୍ଦରଗଡରୁ ୨୨, ଢେଙ୍କାନାଳ, ସଂବଲପୁର ଓ ମାଲକାନଗିରିରୁ ୧୦ ଜଣ ଲେଖାଏଁ , ଭଦ୍ରକରୁ ୧୨, ଜଗତସିଂହପୁରରୁ ୭, କେନ୍ଦୁଝରରୁ ୮, ବଲାଙ୍ଗିର ଓ କନ୍ଧମାଳରୁ ୫, ନୟାଗଡ ଓ ବରଗଡରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର, ଯାଜପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୪୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ ଆକ୍ଟିଭ୍ ମାମଲା ସଂଖ୍ୟା ୫ ହଜାର ୭୧୫ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୪୫୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ହଜାର ୯୦୯କୁ ବୃଦ୍ଧି ହୋଇଛି ।

Show More
Back to top button