

ସତ୍ୟଶିଖା ( ଢେଙ୍କାନାଳ ) ୧୮.୦୩.୨୦୨୧ : ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ଭାସିଗଲେ ଯୁବକ । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ସ୍ଥାନୀୟ ଦମକଳ ବାହିନୀ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବିଡୋ ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ ଗ୍ରାମର ପରମା ନାୟକ ବିଡୋ ଗାଁକୁ ଆସିଥିବାବେଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ନଦୀରେ ଗାଧୋଇବା ବେଳେ ସେ ଅଚାନକ ଭାସି ଯାଇଥିଲେ । ଫଳରେ ସେ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ହିନ୍ଦୋଳରୋଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବ୍ରାହ୍ମଣୀ ନଦୀରେ ଖୋଜାଖୋଜି କରୁଛି । ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନାହିଁ ।