

ସତ୍ୟଶିଖା( ଭୁବନେଶ୍ୱର )୦୨.୧୧.୨୦୨୨: ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ରାତିରେ ରାଜଧାନୀମୁହାଁ ହୋଇଥିଲା। ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ହାତୀ ଭୟରେ ଖାଁ ଖାଁ ହୋଇ ପଡ଼ିଥିଲା ରାଜଧାନୀର ରାଜରାସ୍ତା। ରାତି ସାରା ହାତୀ ପିଛା ଧାଇଁ ଧାଇଁ ହାଲିଆ ହୋଇ ପଡ଼ିଥିବା ବନ ବିଭାଗ ଟିମ୍ ଆଜି ଭୋରରୁ ହାତୀଟିକୁ ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଛନ୍ତି। ତେଣୁ ଆଉ ରାତି ପର୍ଯ୍ୟନ୍ତ ଅପେକ୍ଷା ନ କରି ସକାଳୁ ସକାଳୁ ହିଁ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି।