ଭାରତର କଡ଼ା ଆଭିମୁଖ୍ୟ: ଦୂତାବାସ କର୍ମଚାରୀ ହ୍ରାସ କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ


ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଆଜି ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦକୁ କୁହାଯାଇଛି। ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର ଡି’ ଚାର୍ଜ ବ୍ୟାପାର ଅଧିକାରୀ ସୟିଦ ହାଇଦର ଶାହଙ୍କୁ ଏ ବିଷୟରେ ଅବଗତ କରାଯାଇଛି।
ପାକିସ୍ତାନ ଦୂତାବାସରେ ଆବଶ୍ୟକଠାରୁ ଅଧିକ କର୍ମଚାରୀ ରହିଛନ୍ତି ଓ ସେମାନଙ୍କ କାର୍ଯ୍ୟକଳାପରେ ଭାରତର ସରକାର ସନ୍ତୁଷ୍ଟ ନୁହନ୍ତି। ତେଣୁ ପାକିସ୍ତାନ ତା’ର ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୦% ହ୍ରାସ କରିବା ପାଇଁ ଭାରତ ସରକାର କହିଛନ୍ତି।
ଆହୁରି ପଢ଼ନ୍ତୁ
ଆସନ୍ତା ୭ ଦିନ ମଧ୍ୟରେ ପାକିସ୍ତାନ ଏପରି ପଦକ୍ଷେପ ନେବାକୁ ନୂଆଦିଲ୍ଲୀ କହିଛି। ଭାରତ ମଧ୍ୟ ଇସଲାମାବାଦରେ ଅବସ୍ଥାପିତ ଦୂତାବାସରୁ କର୍ମଚାରୀ ହ୍ରାସ କରିବ ବୋଲି ମଧ୍ୟ କହିଛି।
ନିକଟରେ ପାକିସ୍ତାନ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଭାରତ ସରକାର ଗିରଫ କରିଥିଲେ। ଏହାପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି।