
ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ଗୋଟିଏ ଦିନ ପେଟ୍ରୋଲ ଓ ଡିଜେଲର ଦାମ୍ କମିବା ପରେ ପୁଣି ଥରେ ମୂଲ୍ୟ ବୃଦ୍ଧି ଘଟିଛି । ଆଇଓସିଏଲର ସୂଚନା ଅନୁସାରେ, ଦେଶର ଚାରୋଟି ମହାନଗରରେ ପେଟ୍ରୋଲ ଦାମ୍ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇଛି । ସେହିପରି ଡିଜେଲ୍ ଦାମ ମଧ୍ୟ ୨୧ ପଇସା ବୃଦ୍ଧି ପାଇଛି । ଅଶୋଦ୍ଧିତ ତୈଳ ଦରଦାମ୍ ବୃଦ୍ଧି ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି ।ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ୍ ପିଛା ୪୯ ଡଲାର ରହିଛି । ଆମେରିକାରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ୍ ପିଛା ୪୬ ଡଲାର ରହିଛି ।ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୨୧ ପଇସା ବୃଦ୍ଧି ପାଇ ୭୧.୬୨ରେ ପହଁଚିଛି । ସେହିପରି କୋଲକାତାରେ ୭୫.୧୯ ଟଙ୍କା ରହିଛି । ମୁମ୍ବାଇରେ ୨୨ ପଇସା ବୃଦ୍ଧି ପାଇ ୭୮.୧୨ ଟଙ୍କା ଥିବା ବେଳେ ଚେନ୍ନାଇରେ ୨୦ ପଇସା ବୃଦ୍ଧି ପାଇ ୭୭.୦୮ ଟଙ୍କା ରହିଛି ।
ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୧.୭୦ ଟଙ୍କା ଥିବା ବେଳେ କୋଲକାତାରେ ୮୩.୨୬, ମୁମ୍ବାଇରେ ୮୮.୪୦ ରହିଛି । ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ଦାମ୍ ରହିଛି ୮୪,୭୪ ଟଙ୍କା । ଏତତ୍ ବ୍ୟତୀତ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୨.୧୯ ଟଙ୍କା ଥିବା ବେଳେ ଡିଜେଲ ଦର ୭୭.୬ ଟଙ୍କା ରହିଛି ।