

ସତ୍ୟଶିଖା (ଭୁବନେଶ୍ୱର) ୩୦/୦୧/୨୦୨୧ : ରମାଦେବୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୁଲିସ । ତେବେ ଇତି ମଧ୍ୟରେ ଜାନୁଆରି ୨୬ତାରିଖର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି । ଏକ ଫାଷ୍ଟଫୁଡ ଦୋକାନରେ ଲାଗିଥିବା ସିସିଟିଭିରେ ଉଭୟ ରାକେଶ ଏବଂ ଝରାଫୁଲଙ୍କୁୁ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଜାନୁଆରି ୨୬ ତାରିଖ ଦିନ ୧୨.୨୦ରେ ଝରାଫୁଲ ଏବଂ ରାକେଶ ଖାଇବା ପାଇଁ ଏକ ଫାଷ୍ଟଫୁଡ ଦୋକାନରେ ପହଞ୍ଚିଥିଲେ । ସେଠାରେ ଖାଇବା ଆସିବା ପରେ ରାକଶେ ଝରାଫୁଲଙ୍କୁ ଖୁଆଇ ଦେଇଥିଲେ । ହେଲେ ଖାଦ୍ୟ ଖାଇବା ମାତ୍ରେ ଝରାଫୁଲ ଭେଁ ଭେଁ ହୋଇ କାନ୍ଦିବା ସହ ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ । ଏହାର କିଛି ସମୟ ପରେ ଝରାଫୁଲଙ୍କର ବାନ୍ତି ହୋଇଥିଲା । ବାନ୍ତି କରିବା ଦେଖି ରାକେଶ ତାଙ୍କୁ ସ୍କୁଟି ଯୋଗେ ଦିନ ୧ଟା ୫ରେ ସେଠାରୁ ନେଇ ବାହାରିଯାଇଥିଲେ ।