ଅପରାଧଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ହସ୍ପିଟାଲର ପାର୍କିଂରେ ମହିଳାଙ୍କୁ ଗଣଦୁଷ୍କର୍ମ

ସତ୍ୟଶିଖା (ନୂଆଦିଲ୍ଲୀ) ୩/୧୧/୨୦୨୦ : ଦିଲ୍ଲୀର ରୋହିଣୀ ବାବା ସାହେବ ଆମ୍ବେଦକର ହସ୍ପିଟାଲର ପାର୍କିଂରେ ମହିଳାଙ୍କ ସହ ଗଣଦୁଷ୍କର୍ମର ଘଟଣା ସାମନାକୁ ଆସିଛି । ପୋଲିସର କହିବା ଅନୁସାରେ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ଼ ଏବଂ ହସ୍ପିଟାଲର ୨ଜଣ ପୂର୍ବତନ ବାଉନସର ଏହି ଘଟଣା ଘଟାଇଛନ୍ତି । ଏହି ଘଟଣା ୩୦-୩୧ ଅକ୍ଟୋବର ରାତିର ବୋଲି କୁହାଯାଉଛି । ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି ।ହସ୍ପିଟାଲର ପାର୍କିଂରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ୩ଜଣ ଅଭିଯୁକ୍ତଙ୍କୁ ଦିଲ୍ଳୀ ପୋଲିସ୍ ଗିରଫ କରିଛି । ପୋଲିସ୍ ଅକ୍ଟୋବର ୩୧ତାରିଖରେ ମାମଲା ରୁଜୁ କରିଥିଲା । ଏବେ ତାଙ୍କୁ ପଚରାଉଚୁରା କରାଯାଉଛି । ପୋଲିସର କହିବା ଅନୁସାରେ ୩୦ବର୍ଷ ବୟସ୍କା ପୀଡ଼ିତା ନିଜର କୌଣସି ପରିଚିତଙ୍କ ସହ ହସ୍ପିଟାଲକୁ ଆସିଥିଲେ ଏବଂ ରୋଗୀଙ୍କୁ ଦେଖାଶୁଣା କରିବା ପାଇଁ ହୋଇଥିବା ସେଲଟର ହୋମରେ ରହିଥିଲେ ।

ହସ୍ପିଟାଲର ୨ଜଣ ପୂର୍ବତନ ବାଉନସର ଏବଂ ଜଣେ ସିକ୍ୟୁରିଟି ଗାର୍ଡ଼ ମହିଳାଙ୍କୁ ଧମକାଇଥିଲେ ଏବଂ ସେ ଏଠାରେ କିପରି ରହିଛନ୍ତି । ଏହା ପରେ ତାଙ୍କୁ ଭେରିଫିକେସନ ନାଁରେ ହସ୍ପିଟାଲର ପାର୍କିଂରେ ଏକ ଶୁନଶାନ ସ୍ଥାନକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ୨୨ବର୍ଷ ବୟସ୍କ ମନୀଷ,୨୪ବର୍ଷ ବୟସ୍କ ପ୍ରବୀଣ ତିୱାରୀ ଏବଂ ୩୩ବର୍ଷ ବୟସ୍କ କବର ପାଲକୁ ଗିରଫ କରାଯାଇଛି ।

Show More
Back to top button