ବିକାଶ ଦୁବେ ଗିରଫ ହେବା ପରେ ଉଠିଲା ଅନେକ ପ୍ରଶ୍ନ? ଜାଣନ୍ତୁ ସେଗୁଡ଼ିକ କ’ଣ


ଲକ୍ଷ୍ନୌ: ମଧ୍ୟପ୍ରଦେଶର ଉଜୈନରୁ ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହୋଇଛି। ତେବେ ସେ ଉଜୈନରୁ ଗିରଫ ହେବା ପରେ ଅନେକ ପ୍ରଶ୍ନ ଉଠିଛି। ଜୁଲାଇ ୩ କାନପୁରରେ ୮ ପୁଲିସ୍ କର୍ମଚାରୀଙ୍କୁ ବିକାଶ ଓ ତା’ ସହଯୋଗୀମାନେ ଗୁଳି କରି ହତ୍ୟା କରିଥିଲେ।
ସେବେଠାରୁ ସେ ଫେରାର ଥିଲା। ମଙ୍ଗଳବାର ସେ ଫରିଦାବାଦ ଓ ବୁଧବାର ସନ୍ଧ୍ୟାରେ ନୋଏଡା ଠାରେ ଥିବା ଜଣାପଡ଼ିଥିଲା। କିନ୍ତୁ ହଠାତ୍ ସେ କେମିତି ମଧ୍ୟପ୍ରଦେଶରେ ପ୍ରବେଶ କରିବାକୁ ସକ୍ଷମ ହେଲା, ତା’କୁ ନେଇ ପ୍ରଶ୍ନ ଉଠିଛି।
ଏହା ଏକ ଯୋଜନାବଦ୍ଧ ଆତ୍ମସମର୍ପଣ ନା ପ୍ରକୃତରେ ପୁଲିସ୍ ତା’କୁ ଗିରଫ କରିଛି, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଏହାବାଦ୍ ଆଉ ଯେଉଁ ସବୁ ପ୍ରଶ୍ନ ଉଠିଛି ଆସନ୍ତୁ ଜାଣିବା-
୧-ଉଜୈନ ମନ୍ଦିରରେ ବିକାଶ ଦୁବେକୁ ଗିରଫ କରାଗଲା ନା ସେ ଆତ୍ମସମର୍ପଣ କରିଛି?
୨-କ’ଣ ଏହା ବିକାଶ ଦୁବେର ଯୋଜନାବଦ୍ଧ ଆତ୍ମସମର୍ପଣ କି?
ଆହୁରି ପଢ଼ନ୍ତୁ
୩-କେମିତି ବିକାଶ ଦୁବେ ଉତ୍ତର ପ୍ରଦେଶରୁ ମଧ୍ୟପ୍ରଦେଶକୁ ଗଲା?
୪-ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସୀମା ସିଲ ଥିଲେ ମଧ୍ୟ ବିକାଶକୁ ଏହାକୁ ପାର କରିବାରେ କିଏ ସହଯୋଗ କଲା?
୫-ମନ୍ଦିରର କେଉଁ ସିକ୍ୟୁରିଟି ଗାର୍ଡ ବିକାଶ ସମ୍ପର୍କରେ ପୁଲିସକୁ ଖବର ଦେଲେ?
୬-କ’ଣ ଗିରଫଦାରୀ ପୂର୍ବରୁ ମିଡିଆ ମନ୍ଦିର ବାହାରେ ରହିଥିଲା କି?
୭-କାନପୁର ଶୁଟଆଉଟର ୬ ଦିନ ପରେ ସେ ଗିରଫ ହୋଇଛି। ଏତେଦିନ ଯାଏ ସେ କେଉଁଠି ଲୁଚିଥିଲା?
୯-କାହିଁକି ସେ ପୁଲିସ୍ ଗିରଫ କରିବା ପୂର୍ବରୁ ମୁଁ ବିକାଶ ଦୁବେ, କାନପୁର ୱାଲା ବୋଲି କହିଥିଲା?
ଆହୁରି ପଢ଼ନ୍ତୁ
[ad_2]