ଆୟୁଷ୍ମାନ ଭାରତ ଅଧୀନରେ ମାଗଣା କୋଭିଡ୍-୧୯ ଟେଷ୍ଟିଂ ଏବଂ ଚିକିତ୍ସା!


ନୂଆଦିଲ୍ଲୀ: ଏବେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କୋଭିଡ୍-୧୯ ଭୂତାଣୁର ଚିହ୍ନଟ ଏବଂ ଏହାର ଚିକିତ୍ସା ମାଗଣାରେ କରାଯାଇ ପାରିବ। ଘରୋଇ ଲ୍ୟାବୋରେଟୋରୀ ଏବଂ ଏହି ଯୋଜନା ସହ ଚୁକ୍ତିଭୁକ୍ତ ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍ଏଚ୍ଏ) ପକ୍ଷରୁ କୁହାଯାଇଛି।
More than 50 crore poor & vulnerable citizens shall henceforth be eligible for free #COVID_19 testing & treatment under #AyushmanBharat #PMJAY
Testing at private labs & treatment in designated hospitals now made free for Ayushman beneficiaries across India@AyushmanNHA @ibhushan pic.twitter.com/ikXQhhYJJy— Dr Harsh Vardhan (@drharshvardhan) April 4, 2020
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ ଯେ, ଏନ୍ଏଚ୍ଏ ହିଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଲାଗୁ କରିଥାଏ। ଏହି ସଂସ୍ଥାନ ପକ୍ଷରୁ କୁହାଯାଇଛି, ଏହି ପଦକ୍ଷେପ ଫଳରେ କରୋନା ମୁକାବିଲାରେ ଦେଶ ଦୃଢ଼ ପଦକ୍ଷେପ ନେଇପାରିବ।
ଏହି ସଂସ୍ଥାନ ଏକ ବିବୃତ୍ତିରେ କହିଛନ୍ତି, “ସରକାରୀ ହସ୍ପିଟାଲରେ ବର୍ତ୍ତମାନ ମଧ୍ୟ କୋଭିଡ୍-୧୯ର ଯାଞ୍ଚ ଏବଂ ଚିକିତ୍ସା ଉପଲବ୍ଧ ରହିଛି। ତେବେ ବର୍ତ୍ତମାନ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ୫୦ କୋଟିରୁ ଅଧିକ ହିତାଧିକାରୀ ମାଗଣାରେ ଘରୋଇ ଲ୍ୟାବ୍ରେ କୋଭିଡ୍-୧୯ ଯଞ୍ଚ କରାଇ ପାରିବେ ଏବଂ ଚୁକ୍ତିଭୁକ୍ତ ହସ୍ପିଟାଲରେ ଚିକିତ୍ସା କରାଇପାରିବେ।”
ସୂଚନାଯୋଗ୍ୟ ଯେ, ଆଇସିଏମ୍ଆର ନିର୍ଦ୍ଧାରିତ କରିଥିବା ପ୍ରଟୋକଲ୍ ଅନୁଯାୟୀ ଏବଂ ଏହାର ଅନୁମୋଦନ ଲାଭ କରିଥିବା ଘରୋଇ ଲ୍ୟାବ୍ କୋଭିଡ୍-୧୯ ପରୀକ୍ଷା କରିପାରିବ। ଘରୋଇ ହସ୍ପିଟାଲରେ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଆସିବ।
[ad_2]