

ସତ୍ୟଶିଖା( ଭୁବନେଶ୍ୱର )୨୭.୧୦.୨୦୨୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବର ୪ତାରିଖରେ ଦୁଇଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଗସ୍ତରେ ଯିବାର ସମ୍ଭାବନା ରହିଛି । ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ପଟ୍ଟନାୟକଙ୍କ ପଶ୍ଚିମବଙ୍ଗକୁ ଏହା ପ୍ରଥମ ସରକାରୀ ଗସ୍ତ ହେବ ।
ଏହି ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୪ତାରିଖରେ ଦୁଇଦିନିଆ କୋଲକାତା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମମତା ୨ଦିନିଆ ଚେନ୍ନାଇ ଗସ୍ତରେ ଯାଇ ୩ରେ କୋଲକାତା ଫେରି ଆସିବାର କାର୍ଯ୍ୟକ୍ରମ ଥିବାବେଳେ ୪ରେ ନବୀନଙ୍କୁ କୋଲକାତା ବିମାନ ବନ୍ଦରରେ ମମତାଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀ ସ୍ୱାଗତ କରିବେ ବୋଲି ସୂଚନା ମିଳିଛି ।