ଦେଶରାଜ୍ୟସ୍ୱାସ୍ଥ୍ୟ

ଦେଶରେ ଲଗାତର ସପ୍ତମ ଦିନ ରେ ବି ଦୈନିକ କରୋନା ଆକ୍ରାନ୍ତ ତିନି ଲକ୍ଷ ଉପରେ

ସତ୍ୟଶିଖା(ନୂଆଦିଲ୍ଲୀ) ୨୯.୦୪.୨୦୨୧:  ଦେଶରେ ଲଗାତର ସପ୍ତମ ଦିନ ପାଇଁ ଦୈନିକ କରୋନା ଆକ୍ରାନ୍ତ ତିନି ଲକ୍ଷ ଉପରେ ଚିହ୍ନଟ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୯,୨୫୭ରେ ପହଞ୍ଚିଛି।

ସଂକ୍ରମିତଙ୍କ ସଂଖ୍ୟା ଭଳି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୬୪୫ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨,୬୯,୫୦୭ ହୋଇଛି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ୩,୬୦,୯୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୯୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଦେଶରେ ଏବେ ଅଧିକାଂଶ ମୃତ୍ୟୁ ପଛରେ ଅକ୍ସିଜେନ ଅଭାବ ରହିଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ଏବେ ହସ୍ପିଟାଲରେ ବେଡର ଅଭାବ ମଧ୍ୟ ରହିଛି। ତେଣୁ ଆଇସିୟୁ, ଭେଣ୍ଟେଲେଟର ଏବଂ ଅକ୍ସିଜେନ ଇତ୍ୟାଦିର ଘୋର ଅଭାବ ଦେଖାଦେଇଛି। କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଏବେ ମିଳି ମିଶି ଏହାର ସମାଧାନ ପାଇଁ ଅକ୍ସିଜେନ ଉତ୍ପାଦନ ଉପରେ ଜୋର ଦେଇଛନ୍ତି।

Show More
Back to top button