ଦେଶ

ଥମିବ ବିବାଦ! ୬ ଘଣ୍ଟା ଧରି ମେଜର ଜେନେରାଲ ସ୍ତରରେ ଦୁଇ ଦେଶ ମଧ୍ୟରେ ଆଲୋଚନା

ଲଦାଖ: ଲଦାଖରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହେବା ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଗୁରୁବାର ଦିନ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ହିଂସାର ତିନି ଦିନ ପରେ ହୋଇଥିବା ଏହି ବୈଠକରେ ଆଲୋଚନା ସକାରାତ୍ମକ ରହିଥିବା ଜଣାପଡ଼ିଛି। ଅନେକ ପ୍ରସଙ୍ଗରେ ଉଭୟ ପକ୍ଷ ସହମତ ପ୍ରକାଶ କରିଥିବା ସୂଚନା ରହିଛି।

ତେବେ ଆଗାମୀ ଦିନରେ ସରକାର ଏ ନେଇ ସ୍ପଷ୍ଟକୀରଣ ରଖିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ମଧ୍ୟ ଏହି ପ୍ରସଙ୍ଗରେ ବୈଠକ ହେବ ବୋଲି ଜଣାପଡ଼ିଛି। ଗୁରୁବାର ସକାଳ ୧୦:୩୦ ରେ ଆରମ୍ଭ ହୋଇଥିଲା ଏହି ବୈଠକ। ପ୍ରାୟ ୬ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା।

ଆହୁରି ପଢ଼ନ୍ତୁ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିବୃତ୍ତିରେ କହିଛି ଯେ, ଉଭୟ ଦେଶ ସେମାନଙ୍କ ଦୂତାବାସ ଏବଂ ବୈଦେଶିକ ମନ୍ତ୍ରାଳୟ ମାଧ୍ୟମରେ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏହା ବ୍ୟତୀତ ସାମରିକ ସ୍ତରରେ ମଧ୍ୟ ଆଲୋଚନା ଚାଲିଛି। ତେବେ ପ୍ରଧାନମନ୍ତ୍ରୀ କହି ସାରିଛନ୍ତି ଯେକୌଣସି ପରିସ୍ଥିତିରେ ଭାରତ ନିଜର ସାର୍ବଭୈମତ୍ୱ ରକ୍ଷା କରିବ। ଆମର ଦେଶର କୌଣସି ସେନା ନିଖୋଜ ହୋଇନଥିବା ସେନା ପୂର୍ବରୁ ସ୍ପଷ୍ଟ କରିସାରିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତ ସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନ ସପକ୍ଷରେ ଅଛି। କିନ୍ତୁ ପରିସ୍ଥିତି ଅନୁଯାୟୀ ସମସ୍ତ ପ୍ରକାରର ପ୍ରତିଶୋଧ ପାଇଁ ମଧ୍ୟ ଭାରତ ପ୍ରସ୍ତୁତ ରହିଛି। ଭାରତର ସମସ୍ତ କାର୍ଯ୍ୟକଳାପ ଏଲଏସି ଉପରେ ଅଛି, ଚୀନ୍ ମଧ୍ୟ ନିଜ ଅଞ୍ଚଳରେ ତା’ର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ଭାରତ ଆଶା ରଖିଥିବା କହିଛି।

[ad_2]
Show More
Back to top button