ଚୀନ୍ ଉପରେ ଆଉ ଏକ ଅଭିଯୋଗ ଆଣିଲେ ଟ୍ରମ୍ପ


ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଆଉ ଏକ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। ଆଗକୁ ଦେଶରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଟ୍ରମ୍ପଙ୍କ ବିପକ୍ଷରେ ଜୋ ବିଡେନ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ଏବେ ବିଡେନଙ୍କୁ କରୋନା ସହିତ ଯୋଡ଼ିଛନ୍ତି ଟ୍ରମ୍ପ।
ଟ୍ରମ୍ପ ଟୁଇଟ୍ କରି କହିଛନ୍ତି, “ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ବିଡେନଙ୍କୁ ସହଯୋଗ କରିବାକୁ ଯାଇ ଚୀନ୍ କରୋନା ବାବଦରେ ବିଳମ୍ୱରେ ତଥ୍ୟ ଦେଇଛି। ଚୀନ୍ ଚାହୁଁଛି ଆମେରିକାର ରାଷ୍ଟ୍ରପତି ବିଡେନ୍ ହୁଅନ୍ତୁ। ଏହାଦ୍ୱାରା ଆମେରିକା ଉପରେ ଚୀନ୍ ରାଜୁତି କରିପାରିବ। ଆଉ ଆମେରିକାକୁ ବରବାଦ କରିବାରେ ସକ୍ଷମ ହୋଇପାରିବ ଚୀନ୍। ମୁଁ କ୍ଷମତାକୁ ଆସିବା ପୂର୍ବରୁ ଚୀନ୍ ଆମେରିକାକୁ ନଷ୍ଟ କରି ଆସୁଥିଲା”।
China is on a massive disinformation campaign because they are desperate to have Sleepy Joe Biden win the presidential race so they can continue to rip-off the United States, as they have done for decades, until I came along!
— Donald J. Trump (@realDonaldTrump) May 21, 2020
ଆହୁରି ପଢ଼ନ୍ତୁ
ଏହା ପୂର୍ବରୁ ବୁଧବାର ହ୍ୱାଇଟ୍ ହାଉସ ଚୀନ୍ ବିରୋଧରେ ଏକ ବିବୃତ୍ତି ଜାରି କରିଥିଲା। ଯେଉଁଥିରେ ଚୀନ୍ର ଅର୍ଥନୀତିକ ନୀତିର ଉଲ୍ଲଂଘନ, ସାମରିକ ନିର୍ମାଣ, ବିଳମ୍ୱରେ କରୋନା ସୂଚନା ଏବଂ ମାନବାଧିକାରକୁ ନେଇ ବର୍ଷିଥିଲା ଆମେରିକା ପ୍ରଶାସନ।
ସୂଚନାଯୋଗ୍ୟ, ଚୀନରୁ ଉତ୍ପତ୍ତି ହୋଇଥିବା କୁହାଯାଉଥିବା କରୋନା ଭାଇରସ ପାଇଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକାରେ ୩ ଲକ୍ଷ ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।
[ad_2]