Uncategorized

ବିକାଶ ଦୁବେ ଉପରେ ୱେବ ସିରିଜ୍ ନିର୍ମାଣ କରିବେ ଅନୁରାଗ କଶ୍ୟପଙ୍କ ଭଉଣୀ ନେହା l

ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୪.୦୯.୨୦୨୦ : ‘କାନୁପରର ମୁଁ ବିକାଶ ଦୁବେ’ ଏ ଡାଏଲଗ୍ ଏମିତି ଲୋକପ୍ରିୟ ହେଲା ଯେ ଏବେ ଦୁର୍ଦାନ୍ତ ବିକାଶ ଦୁବେଙ୍କ ଉପରେ ଗୋଟିଏ  କି ଦିଇଟା ନୁହେଁ, ବରଂ କେତେ ଗୁଡ଼ିଏ ୱେବ ସିରିଜ୍ ପ୍ରସ୍ତୁତ ହେବାକୁ ଯାଉଛି । ନିର୍ଦେଶକ ମନୀଷ ବାତ୍ସଲ୍ୟ ‘ହନକ’ ନାଁରେ ବିକାଶ ଦୁବେଙ୍କ ଉପରେ ୱେବ ସିରିଜ୍ କରିବା ଘୋଷଣା କରିଥିଲେ । ଏହି କ୍ରମରେ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଭଉଣୀ ନେହା କଶ୍ୟପ ମଧ୍ୟ ବିକାଶ ଦୁବେଙ୍କ ଉପରେ ୱେବ ସିରିଜ ନିର୍ମାଣ କରିବେ ।ସେ ଏହାର ସୁଟିଂ ବାଘପତରେ କରିବେ । ତାଙ୍କୁ ଏ ଲୋକେସନ ପସନ୍ଦ ଆସିଛି । ଏଣୁ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ କରିବେ । ତେବେ ନେହା ନିଜେ ଏହାର ନିର୍ଦେଶନା ଦାୟିତ୍ୱ ତୁଲାଇବେ। ସେ କହିଛନ୍ତି ଯାହା ସୁଶାନ୍ତଙ୍କ ସହ ହେଲା କିଛି ଠିକ୍ ହୋଇ ନାହିଁ । ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥିଲା ବୋଲି ନେହା କହନ୍ତି । ସୁଶାନ୍ତଙ୍କ ଦୋଷୀକୁ ଦଣ୍ଡ ମିଳିବା ଦରକାର କହିଛନ୍ତି ନେହା ।ଉଲ୍ଲେଖନୀୟ ଯେ ଜୁଲାଇ ୧୦ ତାରିଖରେ ପୋଲିସ୍ ବିକାଶ ଦୁବେକୁ ଏନକାଉଣ୍ଟର କରିଥିଲା । ଏବେ ତାଙ୍କର ଉପରେ ହିଁ ଫିଲ୍ମ ନିର୍ମାଣ ହୋବକୁ ଯାଉଛି । ଏହା ବାଦ୍ ବିକାଶ ଉପରେ ବହି ମଧ୍ୟ ପ୍ରକାଶ ପାଇଛି। ଦେଖିବାକୁ ବାକି ରହିଲା ନେହା ସରକାର ଓ ପୋଲିସ୍ କାର୍ଯ୍ୟର ସଫଳତାକୁ କିଭଳି ଭାବେ ଦେଖାଉଛନ୍ତି ।

Show More
Back to top button