ନ୍ୟୁଜ୍ରାଜ୍ୟଶିକ୍ଷା

ଏଣିକି କଲେଜ ମରାମତି କରିବେ କଲେଜ କର୍ତ୍ତୃପକ୍ଷ

ସତ୍ୟଶିଖା(ଭୁବନେଶ୍ୱର ) ୧୨.୦୧.୨୦୨୨ : ଏଣିକି ସରକାରୀ ଡିଗ୍ରୀ କଲେଜର ମରାମତି, ନବୀକରଣ, ରକ୍ଷଣାବେକ୍ଷଣ କାର୍ଯ୍ୟ ଆଉ ପିଡବ୍ଲୁଡି, ପିଏଚଡି କିମ୍ବା ଜିଇଡି ସଂସ୍ଥା କରିବ ନାହିଁ । ନିଜେ କଲେଜ କର୍ତ୍ତୃପକ୍ଷ କରିବେ । ସରକାରୀ କଲେଜ ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷଙ୍କୁ ଏହି ଦାୟିତ୍ୱ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧ୍ୟକ୍ଷମାନେ ସ୍ଥାନୀୟ ରାଜମିସ୍ତ୍ରୀ, ବଢେ଼ଇ, ପାଣି ପାଇପ ମିସ୍ତ୍ରୀ, ଇଲେକ୍ଟି୍ରସିଆନ, ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ କରିପାରିବେ ।

କଲେଜ ପିଏଲ ପାଣ୍ଠିରୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ ଡିଗ୍ରୀ କଲେଜ ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ସେ ସାମାନ୍ୟ ମରାମତି, ନବୀକରଣ, ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଗୋଟିଏ ଥରରେ ୧୫ ହଜାର ଟଙ୍କା ଖର୍ଚ୍ଚ କରାଯିବ । ବାର୍ଷିକ ବ୍ୟୟବରାଦ ହୋଇଥିବା ଅର୍ଥରୁ ଏହି ଖର୍ଚ୍ଚ ହେବ । କଲେଜର କେଉଁ ଅଂଶ ଓ କେତେ ପରିମାଣରେ ମରାମତି ହେବ, ସେ ନେଇ କଲେଜ ଉନ୍ନୟନ କମିଟି (ସିଡିସି) ଚିହ୍ନଟ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଦେବ । ତେବେ ଚୂଡାନ୍ତ ନିଷ୍ପତ୍ତି କଲେଜ ଅଧ୍ୟକ୍ଷ ହିଁ ନେବେ । ଯେହେତୁ ମରାମତି ବାବଦରେ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରାଯିବ, ଏଥିପାଇଁ ଟେଣ୍ଡର ପ୍ରକି୍ରୟାର କୌଣସି ଆବଶ୍ୟକତା ନାହିଁ ।

Show More
Back to top button