ଦେଶନ୍ୟୁଜ୍ରାଜ୍ୟ

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

ସତ୍ୟଶିଖା( ମୁମ୍ବାଇ )୧୦.୦୫.୨୦୨୨ :  ଭାରତୀୟ ସଙ୍ଗୀତକାର ତଥା ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ ଘଟିଛି। ୮୪ ବର୍ଷୀୟ ପଣ୍ଡିତ ଶର୍ମା ହୃଦଘାତ କାରଣରୁ ମଙ୍ଗଳବାର ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ଗତ ୬ ମାସ ଧରି କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଡାୟଲିସିସରେ ଥିଲେ। ସୂଚନାଯୋଗ୍ୟ ଯେ, ପଣ୍ଡିତ ଶିବ କୁମାର ଶର୍ମାଙ୍କର ସିନେମା ଜଗତ ପ୍ରତି ବଳିଷ୍ଠ ଅବଦାନ ରହିଛି। ବଲିଉଡ଼ରେ ‘ଶିବ-ହରି’ ନାମରେ ଲୋକପ୍ରିୟ ଶିବ କୁମାର ଶର୍ମା ଓ ହରି ପ୍ରସାଦ ଚୌରସିଆଙ୍କ ଯୋଡ଼ି ଅନେକ ସୁପରହିଟ୍‌ ଗୀତରେ ସଙ୍ଗୀତ ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ଥିଲା ‘ଚାନ୍ଦ୍‌ନୀ’ ଚଳଚ୍ଚିତ୍ରର ‘ମେରେ ହାଥୋଁ ମେଁ ନୌ ନୌ ଚୁଡ଼ିଆଁ’, ଯେଉଁଥିରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ନୃତ୍ୟୁ କରିଥିଲେ।

Show More
Back to top button