ବିଦେଶ

ଟ୍ରମ୍ପଙ୍କ ପରେ ଇଭାଙ୍କାଙ୍କ ବ୍ୟକ୍ତିଗତ ସହାୟକଙ୍କୁ କରୋନା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରେ ତାଙ୍କ ଝିଅ ଇଭାଙ୍କଙ୍କ ବ୍ୟକ୍ତିଗତ ସହାୟକ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ହ୍ୱାଇଟ ହାଉସରେ ୩ ଜଣ କରୋନାରେ ଆକ୍ରାନ୍ତ ହେଲେଣି। ଇଭାଙ୍କାଙ୍କ ବ୍ୟକ୍ତିଗତ ସହାୟକଙ୍କୁ କରୋନା ହୋଇଥିବାରୁ ତାଙ୍କ ପ୍ରତି ସଂକ୍ରମଣର ଆଶଙ୍କା ବଢ଼ିଥିଲା।

ଏଥିପାଇଁ ଇଭାଙ୍କା ଓ ତାଙ୍କ ସ୍ୱାମୀଙ୍କର କରୋନା ପରୀକ୍ଷା କରାଯାଇଛି। ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି। ତଥାପି ସତର୍କତା ଦୃଷ୍ଟିରୁ ଉଭୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ସୂଚନା ମୁତାବକ, କରୋନାରେ ଆକ୍ରାନ୍ତ ସହାୟକ ଜଣଙ୍କ ବେଶ କିଛି ସପ୍ତାହ ହେଲା ଇଭାଙ୍କାଙ୍କ ଆଖପାଖରେ ଦେଖିବାକୁ ମିଳୁ ନଥିଲେ। ତଥାପି ସେ ହ୍ୱାଇଟ ହାଉସକୁ ଆସୁଥିଲେ। କରୋନା ପରୀକ୍ଷା ପୂର୍ବରୁ ତାଙ୍କର କୌଣସି ପ୍ରକାରର ଫ୍ଲୁ ଜନିତ ଲକ୍ଷଣ ଦେଖାଯାଇ ନଥିଲା। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏହାପୂର୍ବରୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନାରେ ଆକ୍ରାନ୍ତ ହୋଇଥିଲା। ଏଥିପାଇଁ ଟ୍ରମ୍ପଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେହିପରି ଉପରାଷ୍ଟ୍ରପତିଙ୍କ ମୁଖପାତ୍ର କାଟେ ମିଲର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

[ad_2]
Show More
Back to top button