ଜନତା କର୍ଫ୍ୟୁକୁ ନବୀନଙ୍କ ସମର୍ଥନ | Satyasikha


ଭୁବନେଶ୍ୱର(ସତ୍ୟଶିଖା): କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାର୍ଚ୍ଚ ୨୨ତାରିଖରେ ୧୪ଘଣ୍ଟିଆ ଜନତା କର୍ଫ୍ୟୁ ନିମନ୍ତେ ଦେଇଥିବା ଡାକରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି।
ଆହୁରି ପଢ଼ନ୍ତୁ
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା ୨୨ତାରିଖରେ ‘ଜନତା କର୍ଫ୍ୟୁ’ ପାଇ ଦେଇଥିବା ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି। କୋଭିଡ-୧୯ ସମଗ୍ର ମାନବଜାତି ପାଇଁ ଆହ୍ୱାନ। ତେଣୁ ଏହି ଜନତା କର୍ଫ୍ୟୁକୁ ସମସ୍ତେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, କରୋନା ଭାଇରସ ବ୍ୟାପିବାକୁ ହ୍ରାସ ଓ ଏହାର ପ୍ରତିଷେଧକ ନିମନ୍ତେ ଆସନ୍ତା ୨୨ତାରିଖ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ନିଜ ଘର ଭିତରେ ରହିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ସମଗ୍ର ଦେଶର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିଥିଲେ।