ଦେଶ

କରୋନା ପାଇଁ ନୂଆ ରଣନୀତି: ଜୁଲାଇ ୬ ସୁଦ୍ଧା ସବୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ନୂଆ ରଣନୀତି ଆପଣାଇଛନ୍ତି ଦିଲ୍ଲୀ ସରକାର। ଜୁଲାଇ ୬ ସୁଦ୍ଧା ଦିଲ୍ଲୀରେ ଥିବା ସମସ୍ତ ଘରକୁ ସ୍ୱାସ୍ଥ୍ୟକର୍ମୀ ଯାଇ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଦିଲ୍ଲୀରେ କରୋନା ଦିନକୁ ଦିନ ବେକାବୁ ହେଉଛି। ମଙ୍ଗଳବାର ରେକର୍ଡ ୩୯୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏଭଳି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଦିଲ୍ଲୀ ସରକାର ନୂଆ ନୀତି ଆପଣାଇଛନ୍ତି।

ଆହୁରି ପଢ଼ନ୍ତୁ

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନରେ ଥିବା ଘରଗୁଡ଼ିକ ଯାଞ୍ଚ ଜୁନ ୩୦ ସୁଦ୍ଧା ଶେଷ ହେବ। ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ କେଜ୍ରିୱାଲ ସରକାର ଲକ୍ଷ୍ୟ ରଖିଛନ୍ତି। ଦିଲ୍ଲୀରେ ପ୍ରତିଦିନ ହାରାହାରି ୨୫ ଶହ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ୭୫ ଜଣଙ୍କ ମୃତ୍ୟୁ ଘଟୁଛି।

ଏମାନଙ୍କ ମଧ୍ୟରୁ ୪୫% ମାମଲା କଣ୍ଟେନମେଣ୍ଟ ଜୋନରୁ ଆସୁଛି। ତେଣୁ କରୋନା ମୁକାବିଲାର ନୂଆ ରଣନୀତି ଅନୁଯାୟୀ ଜିଲ୍ଲା ସ୍ତରରେ ସଶକ୍ତ ମନିଟରିଂ ବ୍ୟବସ୍ଥାକୁ ଆପଣାଯିବ। କଣ୍ଟେନମେଣ୍ଟ ଜୋନରେ ଟେଷ୍ଟିଂକୁ ଅଧିକ ତ୍ୱରାନ୍ୱିତ କରାଯିବ ଓ ଲୋକଙ୍କୁ ଆଇସୋଲେସନ କରାଯିବ।

ରାପିଡ ଆଣ୍ଟିଜେନ ଟେଷ୍ଟିଂକୁ ଏହି ସବୁ ଅଞ୍ଚଳରେ ଆଇସିଏମଆର ଗାଇଡଲାଇନ ଅନୁସାରେ କରାଯିବ। ଆସନ୍ତା ୫ରୁ ୧୦ ଦିନ ମଧ୍ୟରେ କରୋନା ସଂକ୍ରମିତ ଥିବା ଅଞ୍ଚଳରେ ସମସ୍ତଙ୍କର ଟେଷ୍ଟ କରାଯିବ। ସେରୋ ସର୍ଭେ ପାଇଁ ଦିଲ୍ଲୀରେ ୨୦ ହଜାର ନମୁନା ସଂଗ୍ରହ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

[ad_2]
Show More
Back to top button