ଦୁର୍ଘଟଣା

ଚଢ଼ିଗଲା ରୋଲର | Satyasikha

ବାଲିଗୁଡ଼ା (ଅଜିତ ନାୟକ): ରୋଲର ଚଢ଼ିଯିବାରୁ ଜଣେ ରୋଲର ଚାଳକଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଘଟିଛି ଏହି ଘଟଣା। ମୃତକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦେଓକୋଟ ଗାଁର କୃପାସିନ୍ଧୁ ନାୟକ।

ଆହୁରି ପଢ଼ନ୍ତୁ

ସୂଚନା ଅନୁଯାୟୀ, ବାଲିଗୁଡା ଥାନା କଞ୍ଚାଲାଗୁ  ଘାଟିରେ ରାସ୍ତା ନିର୍ମାଣ କାର୍ଯ୍ୟରେ କୃପାସିନ୍ଧୁ ନିୟୋଜିତ ଥିଲେ । ରୋଲରରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ସେ ସଜାଡୁ ଥିବା ସମୟରେ ରୋଲର ଅଚାନକ ଷ୍ଟାର୍ଟ ହୋଇ ତାଙ୍କ ଉପରେ ମାଡି ଯାଇଥିଲା । ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ୟବଚ୍ଛେଦ ପରେ ବାଲିଗୁଡା ପୁଲିସ୍ ପରିବାର ଲୋକଙ୍କୁ ମୃତ୍ୟୁ ଦେହକୁ ହସ୍ତାନ୍ତର କରିଛି। ଏହା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

[ad_2]
Show More
Back to top button