ନ୍ୟୁଜ୍ରାଜ୍ୟ

ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁର ଉଡାଣ ଭରିଲା ଇଣ୍ଡିଆ ଏୟାର ୱାନ

ସତ୍ୟଶିଖା( ଭୁବନେଶ୍ୱର)୦୩.୦୮ . ୨୦୨୨: ଆଜି ମାଲକାନଗିରିର ଜୟପୁର ଅଭିମୁଖେ ପରୀକ୍ଷା ମୂଳକ ଭାବରେ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ। ଉଡାଣ ଯୋଜନାର ସଫଳ ରୂପାୟନ ଦ୍ୱାରା ଏହି ସଫଳତା ମିଳିପାରିଛି ବୋଲି କୁହାଯାଇପାରିବ। ଆଜି ରାଜଧାନୀ ଭୁବନେଶ୍ୱରରୁ ପରୀକ୍ଷା ମୂଳକ ଭାବେ ଜୟପୁରକୁ ପ୍ରଥମ ବିମାନ ଉଡାନା ଭରିଥିଲା। ୮ ଜଣ ଯାତ୍ରୀଙ୍କୁ ନେଇ ୧୦:୧୫ରେ ବିମାନ ଜୟପୁର ଅଭିମୁଖେ ବାହାରିଥିଲା। ୪୦ ମିନିଟ ପରେ ଏହା ଜୟପୁରରେ ପହଞ୍ଚିବ ଏବଂ ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ଅଭିମୁଖେ ଫେରିବ ବୋଲି ସୂଚନା ମିଳିଛି। ବିମାନ ଚଳାଚଳ କମ୍ପାନୀ ୱାନ ଇଣ୍ଡିଆ ଏୟାର କମ୍ପାନିକୁ ଏହି ଅନୁମତି ମିଳିଛି। ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ସୁରକ୍ଷା ପାଇଁ ୩୫ ଫୋର୍ସ ସହିତ ତିନିଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ବିମାନବନ୍ଦରରେ କଡା ସୁରକ୍ଷା ସହ ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ।ଭୁବନେଶ୍ୱର ଏବଂ ଝାରସୁଗୁଡା ପରେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବିମାନବନ୍ଦର ଟ୍ୟାଗ୍ ପାଇବାରେ ଜୟପୁର ଏୟାରଷ୍ଟ୍ରିପ୍ ତୃତୀୟ ହେବ।

Show More
Back to top button