ଧର୍ମ

ଆଳତୀ ଓ ଏହାର ଶୁଭଫଳ

ସତ୍ୟଶିଖା ୦୨/୦୨/୨୦୨୧ : ଦେବୀଦେବତାଙ୍କ ସମ୍ବନ୍ଧ ଯେଉଁ ସଂଖ୍ୟା ସହ ରହିଛି ସେତିକି ସଂଖ୍ୟାରେ ଆଳତୀ କରିବା ଉଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଯେପରି ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧ ୧୨ ସଂଖ୍ୟା ସହ ରହିଛି, ତାଙ୍କ ନିକଟରେ ୧୨ ଥର ଆଳତୀ କରିବା ଉଚିତ ।
ଭଗବାନ ସୂର୍ୟ୍ୟଙ୍କ ୭ଟି ଅଶ୍ୱ ଅନୁଯାୟୀ ତାଙ୍କର ୭ ସଂଖ୍ୟା ସହ ସମ୍ବନ୍ଧ ରହିଛି । ତେଣୁ ତାଙ୍କ ନିକଟରେ ୭ ଥର ଆଳତୀ କରିବା ଉଚିତ ।
ମା’ ଦୁର୍ଗାଙ୍କର ନବମୀର ଖୁବ ମାନ୍ୟତା ରହିଛି । ତେଣୁ ତାଙ୍କ ନିକଟରେ ୯ ଥର ଆଳତୀ କରିବା ଉଚିତ ।
ଆଳତୀ କରିବା ପରେ ଆମେ ଆଳତୀ ଉପରେ ହାତ ବୁଲାଇ ଏହାକୁ ନିଜ ମସ୍ତକରେ ଲଗାଇଲେ ପ୍ରଭୁଙ୍କ କୃପା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ମାତ୍ର ଆଳତୀ ଉପରେ ସର୍ବଦା ୩, ୫ ଓ ୭ ଥର ହାତ ବୁଲାଇ ଏହାକୁ ମସ୍ତକରେ ଲଗାଇବା ଉଚିତ । ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।
ଯେକୌଣସି ଦେବାଦେବୀଙ୍କୁ ପୂଜାପାଠ କରିବା ପରେ ଶେଷରେ ଆଳତୀ କରାଯାଇଥାଏ ।– ଏକ ଥାଳିରେ ଦୀପ, ଚାଉଳ, ଫୁଲ, ଭୋଗ, କର୍ପୁର, କୁଙ୍କୁମ ଆଦି ରଖି ଆଳତୀ କରିବା ଉଚିତ ।
– ଥାଳିରେ ଭିନ୍ନ ଭିନ୍ନ ବସ୍ତୁର ବିଶେଷ ମହତ୍ତ୍ୱ ରହିଛି । ମାତ୍ର ଆଳତୀ କରିବା ସମୟରେ ଭଗବାନଙ୍କ ସ୍ତୁତି ଉଚ୍ଚାରଣ କରିବା ଅତ୍ୟନ୍ତ ଆବଶ୍ୟକ ।
– ସ୍ତୁତି ବିନା ଆଳତୀର ସମ୍ପନ୍ନତା ଆସି ନଥାଏ ।
ଆଳତୀ ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ-
– ପ୍ରଭୁ ବିଷ୍ଣୁଙ୍କୁ ଆଳତୀ କରିବା ସମୟରେ ହଳଦିଆ ପୁଷ୍ପ ନିଶ୍ଚୟ ଆଳତୀ ଥାଳିରେ ରଖନ୍ତୁ ।
– ଦେବୀ ଓ ହନୁମାନଙ୍କୁ ଆଳତୀ କରିବା ସମୟରେ ଲାଲ ରଙ୍ଗର ପୁଷ୍ପ ରଖନ୍ତୁ ।
– ପ୍ରଭୁ ଶିବଶଙ୍କରଙ୍କର ଆଳତୀ କରିବା ସମୟରେ ଫୁଲ ସହ ବେଲ ପତ୍ର ରଖନ୍ତୁ ।
– ଗଣେଶଙ୍କୁ ଆଳତୀ କରିବା ସମୟରେ ଦୁବ ନିଶ୍ଚୟ ରଖନ୍ତୁ ।
– ଗୃହରେ କରାଯାଉଥିବା ନିୟମିତ ଆଳତୀରେ ହଳଦିଆ ପୁଷ୍ପ ନିଶ୍ଚୟ ରଖନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।

Show More
Back to top button