ଦେଶ

କ୍ୱାରେଣ୍ଟାଇନରେ ଉଦ୍ଧବ ଠାକରେଙ୍କ ସବୁ ସୁରକ୍ଷାକର୍ମୀ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି। ମୁମ୍ବାଇର କାଲାଙ୍ଗର ମାତୋଶ୍ରୀ ଠାରେ ଉଦ୍ଧବଙ୍କ ପ୍ରାଇଭେଟ ବାସଭବନ ରହିଛି। ଏଠାରେ ଚା’ ବିକ୍ରି କରୁଥିବା ଜଣେ ଭେଣ୍ଡରଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

ଆହୁରି ପଢ଼ନ୍ତୁ

ଏହାକୁ ନେଇ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏବେ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ, ତା’ର ପରୀକ୍ଷା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୭୦ ଜଣ ପୁଲିସ୍ ଓ ଷ୍ଟେଟ ରିଜର୍ଭ ପୁଲିସ୍ ପର୍ସନେଲ ରହିଥିଲେ। ସମସ୍ତଙ୍କୁ ଏବେ ପୃଥକବାସରେ ରହିବାକୁ କୁହାଯାଇଛି।

ଯେଉଁ ଚା’ ବିକାଳି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାଙ୍କ ପାଖକୁ ଅନେକ ସମୟରେ ଉଦ୍ଧବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ଯାଇଥାଆନ୍ତି। ଏବେ କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ କୌଣସି ଫ୍ଲୁ ଜନିତ ଲକ୍ଷଣ ଦେଖାଯାଉନି। ତେଣୁ କିଏ ସଂକ୍ରମିତ ଓ କିଏ ସଂକ୍ରମିତ ନୁହେଁ, ତା’କୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଏହି କାରଣରୁ ସରକାର କୌଣସି ପ୍ରକାରର ରିକ୍ସ ନ ନେଇ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିଛନ୍ତି।

[ad_2]
Show More
Back to top button