କର କ୍ଲିନିକର ସମସ୍ତ ୨୧ ଷ୍ଟାଫ୍‌ଙ୍କ ସାମ୍ପଲ ନେଗେଟିଭ

ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର କର କ୍ଲିନିକର ସମସ୍ତ ୨୧ ଷ୍ଟାଫ୍‌ଙ୍କ ସାମ୍ପଲ ନେଗେଟିଭ ଆସିଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଚିଠି ଏହା ସ୍ପଷ୍ଟ ହୋଇଛି। ତେବେ କ୍ଲିନିକ୍‌ରେ କାର୍ଯ୍ୟରତ ସମସ୍ତ ୨୧ ଷ୍ଟାଫ୍‌ଙ୍କ ସେଲ୍‌ଫ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମଣ ନିରୋଧୀ କାର୍ଯ୍ୟ ପରେ ହସ୍ପିଟାଲ ଯଥାରୀତି ଚାଲୁ ପାଇଁ କୁହାଯାଇଛି। କରୋନା ସଂକ୍ରମିତଙ୍କ ଚିକିତ୍ସା ପରେ କର କ୍ଲିନିକ ସାମୟିକ ବନ୍ଦ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ତୃତୀୟ ‘କରୋନା’ ରୋଗୀ ନୂଆଦିଲ୍ଲୀରୁ ଫେରି ଅସୁସ୍ଥ ହୋଇପଡ଼ିଥିଲେ। ସେ ଗତ ୧୬ ତାରିଖରେ ବିଧାନସଭା ଡିସ୍‌ପେନ୍‌ସରିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରେ ନିମୋନିଆ ହେବାରୁ ତାଙ୍କୁ ୨୧ ତାରିଖରେ କର କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ତେବେ ୨୩ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୪ ତାରିଖରେ ସେଠୁ ଡିସ୍‌ଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କର ରକ୍ତ ଓ ସ୍ୱାବ୍‌ ନମୁନା ସଂଗୃହୀତ ହୋଇ ପରୀକ୍ଷା ପାଇଁ ଯାଇଥିଲେ। ତେବେ ରିପୋର୍ଟରେ ସେ କୋଭିଡ୍-୧୯ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ କର କ୍ଲିନିକ, କ୍ୟାପିଟାଲ୍‌ ଓ  ବିଧାନସଭା ଡିସ୍‌ପେନ୍‌ସରିକୁ ଯାଇଥିବା ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ପରେ ସମ୍ପୃକ୍ତ ମେଡିକାଲ୍‌ ଗୁଡ଼ିକୁ ସାନିଟାଇଜ୍‌ କରାଯାଇଥିଲା। ଏପରିକି କର କ୍ଲିନିକୁ ନଯିବା ପାଇଁ ଜନସାଧାରଣଙ୍କୁ ଅପିଲ୍‌ କରାଯାଇଥିଲା। ଏପରିକି ସମସ୍ତ ଷ୍ଟାଫ୍‌ଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା। ତେବେ ସମସ୍ତଙ୍କ ସାମ୍ପଲ ନେଗେଟିଭ୍‌ ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

[ad_2]
Exit mobile version