ରାଜ୍ୟ

ଚୁଲି ନିଆଁରେ ପଡ଼ିଗଲେ ଯୁବକ | Satyasikha

ତେଲକୋଇ(ଚିନ୍ମୟ କୁମାର ସାହୁ): ତେଲକୋଇ ଥାନା ସିନ୍ଦୁରିଆ ଗ୍ରାମ କରଡ଼ାବଣି ଜୁଆଙ୍ଗ ସାହିରେ ଚୁଲି ନିଆଁରେ ପଡି ଜଣେ ଜୁଆଙ୍ଗ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ତେଲକୋଇ ମେଡିକାଲକୁ ଅଣାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ

କରଡ଼ାବଣି ସାହିର ସଦାନନ୍ଦ ଜୁଆଙ୍ଗ ନିଜ ଘରେ ଚୁଲି ପାଖରେ ବସିଥିଲେ। କିନ୍ତୁ ଛିଡା ହେବା ବେଳେ ମୁଣ୍ଡ ବୁଲାଇ ଦେବାରୁ ପଛ କରି ଚୁଲି ଉପରେ ପଡିଗଲେ। ଫଳରେ ସଦାନନ୍ଦଙ୍କ ପିଠି ପୋଡି ଯାଇଥିଲା।  ସଦାନନ୍ଦଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଗୁରୁବାରୀ ଜୁଆଙ୍ଗ ଆସି ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ  ତାଙ୍କ ସମଗ୍ର ପିଠି ନିଆଁରେ ପୋଡି ଯାଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

[ad_2]
Show More
Back to top button