

ସତ୍ୟଶିଖା( ଭୁବନେଶ୍ୱର )୧୯.୧୦.୨୦୨୨: ପୁରୀ: ଶ୍ରୀମନ୍ଦିରରେ ଆଜି ସଅଳ ଦର୍ଶନ ବନ୍ଦ ପାଇଁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବହୁ ଭକ୍ତ ଆଜି ଦର୍ଶନ ପାଇଁ ଆସି ନିରାଶ ହୋଇ ଫେରିଛନ୍ତି। ସେପଟେ ବନକଲାଗି ପାଇଁ ବୁଧବାର ସନ୍ଧ୍ୟା ୫ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ମୁତାବକ, ଆଜି ରାତି ୧୦ଟା ସୁଦ୍ଧା ଶ୍ରୀମନ୍ଦିର ଦ୍ୱାର ବନ୍ଦ କରି ଦିଆଯାଇଥିଲା। ଫଳରେ ଯେଉଁ ଭକ୍ତମାନେ ଦର୍ଶନ ଅପେକ୍ଷାରେ ଥିଲେ ସେମାନେ ଦର୍ଶନ ନ ପାଇ ଫେରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରତିଦିନ ରାତି ୧୨ଟାରେ ଦର୍ଶନ ବନ୍ଦ ହେଉଥିବା ବେଳେ ଆଜି ଏତେ ଶୀଘ୍ର କାହିଁକି ଦର୍ଶନ ବନ୍ଦ ହେଲା ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି।