ରାଶିଫଳ

ଶନିବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶନିବାର ) ୨୧/୧୧/୨୦୨୦ :

ମେଷ – ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁମିଳନ ସହ  ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ । କାର୍ଯ୍ୟ ତତ୍ପର ରହିବେ , ନୂଆ ଡିଲ୍ ମିଳିବ ,ସୌଭାଗ୍ୟ ପ୍ରାପ୍ତ ହେବ ।ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ବୃଷ – ଦିନଟିରେ ମନୋରଞ୍ଜନ, ଭ୍ରମଣରେ ମାତି ଗୃହ କାମରେ ଅବହେଳା କରିପାରନ୍ତି । ଯେଉଁ ଲୋକଟି ବିଷୟରେ ଚିନ୍ତା କରୁଛନ୍ତି ସେହି ଲୋକଟି ହଠାତ୍ ଆପଣଙ୍କ ପାଖରୁ ଆସିଯିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ମିଥୁନ – କର୍ମକ୍ଷେତ୍ରରେ ବିବାଦର ଅବସାନ ଘଟିବ । ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ କିଛି ସମୟ ପରେ ସଫଳତା ମିଳିବ । ଆର୍ଥିକ ଦିଗଟି ଭଲ ରହିଲେ ମଧ୍ୟ ଦୈନ୍ୟତା ପ୍ରକାଶ କରି ସମାଲୋଚିତ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

କର୍କଟ – ସମସ୍ୟା କମିବା ସହିତ ଚେଷ୍ଟା କରୁଥିବା କାମରୁ ପ୍ରତିରୋଧ ଦୂରେଇଯିବ । ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ ଟେନ୍‌ସନକୁ ନିମନ୍ତ୍ରଣ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ସିଂହ – ଯାତ୍ରା ସମୟରେ କୌଣସି ଲୋକକୁ ସାହାର୍ଯ୍ୟ କରିବାକୁ ଯାଇ ନିଜେ ଅସୁବିଧା ସମ୍ମୁଖୀନ ହୋଇପାରନ୍ତି । କୌଣସି ଘଟଣାକୁ ବାରମ୍ବାର ଚିନ୍ତା କରି ମାନସିକ ଭାରସାମ୍ୟ ହରାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କନ୍ୟା – ପ୍ରତ୍ୟେକ କାମକୁ ଭାବିଚିନ୍ତି ନ କଲେ ହେବା ବଦଳରେ ଓଲଟା ଫଳ ମିଳିବ । ପର କଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ ।  ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ତୁଳା – ଧୀରେ ଧୀରେ ଅବସ୍ଥା ସ୍ୱାଭାବିକ ଦିଗକୁ ଗତି କରିବା ଫଳରେ ମାନସିକ ଅସ୍ଥିରତା ଦୂର ହେବ । କଚେରି ମାମଲାରେ ମନ୍ଥର ଉଦ୍ ବେଗର କାରଣ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ବିଛା – ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ସ୍ଥିରତା ରହିବ ନାହିଁ । କୋଣସି ଆପତ୍ତିଜନକ କାମରେ ନିଜକୁ ସାମିଲ କରି ବିଚଳିତ ହୋଇପାରନ୍ତି । ପଡିଶାଙ୍କ ସହ ମନାନ୍ତରର ସମାଧାନ ହୋଇଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ଧନୁ – କର୍ମକ୍ଷେତ୍ରରେ କ୍ରମଶଃ ସମସ୍ୟା ସୁଧୁରିଯିବା କାରଣରୁ ମନ ହାଲୁକା ଲାଗିବ । ସନ୍ତାନଙ୍କ ଶିକ୍ଷା, ଗବେଷଣା, ଦୂରଯାତ୍ରା, ବ୍ୟୟବହୁଳ ହୋଇପାରେ । ଅସାବଧାନତା ହେତୁ ଧନହାନିର ପୂର୍ଣ୍ଣ ସମ୍ଭାବନା ରହିଛି । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।

ମକର – ଆକସ୍ମିକ ଭାବରେ ବନ୍ଧୁମାନଙ୍କ ନିକଟରୁ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି । ଉଚ୍ଚ ଶିକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢା କ୍ଷେତ୍ରରୁ ସୁଫଳ ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କୁମ୍ଭ  –  ଅଧିକାଂଶ ସମୟ ଘରେ ଅଶାନ୍ତି ଓ କାମଗୁଡିକ ଠିକ୍ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ । ସ୍ୱାସ୍ଥ୍ୟବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

ମୀନ – ସ୍ୱାସ୍ଥ୍ୟରେ ଉନ୍ନତି,ନୂତନ ଯୋଜନାରେ ଅଗ୍ରଗତି, ଆନୁଷ୍ଠାନିକ ସାହାଯ୍ୟ ଲାଭ ପରିସ୍ଥିତିକୁ ପ୍ରତିବନ୍ଧକ ମୁକ୍ତ କରାଇବ । ସତ୍‌-ସଙ୍ଗ ଓ ଧର୍ମ , ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

Show More
Back to top button