ଦେଶ

କରୋନାରୁ ସୁସ୍ଥ ଜମାତିଙ୍କୁ ପ୍ଲାଜମା ଦେବାକୁ ମୌଲାନାଙ୍କ ପରାମର୍ଶ

ନୂଆଦିଲ୍ଲୀ: ତବଲିଗି ଜମାତର ମୁଖ୍ୟ ମୌଲାନା ସାଦ କାନ୍ଧାଲଭି କରୋନା ରୋଗରୁ ସୁସ୍ଥ ହୋଇଥିବା ଜମାତିମାନଙ୍କୁ ପ୍ଲାଜମା ଦାନ କରି ଅନ୍ୟ ରୋଗୀଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ପୁଲିସ ସାଦଙ୍କ ନାଁରେ ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରି ନିଜାମୁଦ୍ଦିନରେ ଧାର୍ମିକ ସଭା କରୁଥିବା ଭଳି ଅଭିଯୋଗରେ ମାମଲା ରୁଜୁ କରିଛି।

ହେଲେ ସେ କରୋନା ରୋଗୀଙ୍କୁ ସହଯୋଗ କରିବା ପାଇଁ ଜମାତି ମାନଙ୍କୁ ନିବେଦନ କରିଛନ୍ତି। ସାଦ ଏକ ଚିଠିରେ ଲେଖିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ଜମାତିଙ୍କ ଠାରୁ ଆରମ୍ଭ କରି ଅନ୍ୟ ଲୋକମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ସହଯୋଗ କରିବାକୁ ଆଗେଇ ଆସନ୍ତୁ।

ଆହୁରି ପଢ଼ନ୍ତୁ

ଏଥିପାଇଁ ସେମାନେ ବ୍ଲଡ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ। ଆମ ମାନଙ୍କ ମଧ୍ୟରୁ ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଥିଲେ ସେମାନଙ୍କ ଭିତରୁ ଅଧିକାଂଶ ସୁସ୍ଥ ହୋଇଥିବା ବେଳେ ଆଉ କିଛି ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୁଁ ଓ ଆଉ କିଛି ସଦସ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି।

ଯେଉଁମାନେ କରୋନା ରୋଗରୁ ଭଲ ହୋଇଯାଇଛନ୍ତି, ସେମାନେ ଅନ୍ୟ ରୋଗୀଙ୍କୁ ସହଯୋଗ କରିବାକୁ ଆଗେଇ ଆସିବା ଦରକାର। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସେମାନେ ବ୍ଲଡ ପ୍ଲାଜମା ଦାନ କରନ୍ତୁ। ଏହାଦ୍ୱାରା ସେମାନେ ମଧ୍ୟ ସୁସ୍ଥ ହୋଇପାରିବେ।”

ସେହିପରି ମୌଲାନା ସାଦ ତାଙ୍କୁ ଅନୁଗାମୀ ମାନଙ୍କୁ ରାମଜାନ ସମୟରେ ଘରେ ରହି ନମାଜ ପାଠ କରିବାକୁ କହିଛନ୍ତି।

[ad_2]
Show More
Back to top button