ଦେଶ

କରୋନାକୁ ମାତ ଦେବାକୁ ଗୋଆ ମଡେଲ ଆପଣାଇବ ମହାରାଷ୍ଟ୍ର

ମୁମ୍ବାଇ: ମହାମାରୀ କରୋନା ଯୋଗୁ ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଡେଇଁଥିବା ବେଳେ ମୃତ୍ୟୁସଂଖ୍ୟା ୧ହଜାରର ନିକଟବର୍ତ୍ତୀ ହୋଇଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୂଆ ରଣନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏଣିକି କରୋନାର ମୁକାବିଲା ପାଇଁ ଗୋଆ ମଡେଲ ଆପଣାଇବାକୁ ସେ ସମସ୍ତ ଜିଲ୍ଲାର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଆ ଏବେ କରୋନା ମୁକ୍ତ ହେବାକୁ ସକ୍ଷମ ହୋଇଛି। ଗୋଆରେ ସଂକ୍ରମଣ ହୋଇଥିଲେ ହେଁ ସେଠାକାର ଅଧିକାରୀମାନେ ଘର ଘର ବୁଲି ସର୍ଭେ କରିବା ସହ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିଥିଲେ। ତେଣୁ ଗୋଆ ସରକାର ବେଶ ସଫଳତାର ସହ କରୋନାକୁ ମାତ ଦେଇପାରିଛନ୍ତି।

ଆହୁରି ପଢ଼ନ୍ତୁ

ଏଣିକି ମହାରାଷ୍ଟ୍ରର ପ୍ରତିଟି ଜିଲ୍ଲାରେ ଗୋଆ ଭଳି ରଣନୀତି ଆପଣାଇବାକୁ ଉଦ୍ଧବ କହିଛନ୍ତି। ଏଥିସହ ଜିଲ୍ଲାର ସୀମାକୁ ନ ଖୋଲିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ଅଧିକାରୀମାନଙ୍କୁ ସେ କହିଛନ୍ତି, ଶୁକ୍ରବାର ସୁଦ୍ଧା ଲକଡାଉନ ୪.୦ରେ କ’ଣ ସବୁ କୋହଳ କରାଯିବ ଓ ଏନେଇ କେମିତି ପ୍ରସ୍ତୁତି ଚାଲିଛି, ତା’ର ବିସ୍ତୃତ ରିପୋର୍ଟ କେନ୍ଦ୍ର ନିକଟରେ ଦାଖଲ କରିବାକୁ ପଡ଼ିବ।

ତେଣୁ ଜିଲ୍ଲା ଅଧିକାରୀମାନେ ଏନେଇ ରିପୋର୍ଟ ପ୍ରସ୍ତୁତ କରନ୍ତୁ। କଣ୍ଟେନମେଣ୍ଟ ଜୋନରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର। ଏହି ଅଞ୍ଚଳରୁ ଯେମିତି କରୋନା ସଂକ୍ରମଣ ଆଗକୁ ନ ବଢ଼ିବ, ତା’ର ବ୍ୟବସ୍ଥା ମଧ୍ୟ କରନ୍ତୁ। ଅଧିକାଂଶ ଜିଲ୍ଲାର ଅଧିକାରୀମାନେ ଗୋଆ ଭଳି ଘର ଘର ବୁଲି ସର୍ଭେ କରନ୍ତୁ ଓ ଲକ୍ଷଣ ନଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ।

ଆଗାମୀ ଦିନରେ ଲକଡାଉନ ନିୟମ କୋହଳ ହେଲେ ମଧ୍ୟ କୌଣସି ଜିଲ୍ଲାର ସୀମା ଖୋଲିବ ନାହିଁ। ପ୍ରବାସୀମାନେ ଚାଲି ଯାଉଥିବାରୁ କୌଣସି କାମ ପାଇଁ ଶ୍ରମିକ ସଂଖ୍ୟା କମ ପଡ଼ିପାରେ। ତେଣୁ ଏକଥାକୁ ଜିଲ୍ଲାର ଅଧିକାରୀମାନେ ନିଶ୍ଚିତ କରି ସ୍ଥାନୀୟ ଲୋକଙ୍କୁ କାମରେ ନିୟୋଜିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

[ad_2]
Show More
Back to top button